ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଉଥରେ ସୁଯୋଗ

ନୂଆଦିଲ୍ଲୀ: ନବମ ଏବଂ ଏକାଦଶ ଶ୍ରେଣୀରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ ଦେବ ସିବିଏସଇ। କରୋନା ଭାଇରସ ବିପତ୍ତିକୁ ନଜରରେ ରଖି ସିବିଏସଏଇ ଏଭଳି ନିଷ୍ପତ୍ତି ନେଇଛି। ସ୍କୁଲରେ ଆଉ ଥରେ ଫେଲ୍ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ପାସ୍ କରିଲେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ଏ ନେଇ ସିବିଏସଏଇ ପକ୍ଷରୁ ଟୁଇଟ୍ କରି କୁହାଯାଇଛି।

ଆହୁରି ପଢ଼ନ୍ତୁ

କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ପରାମର୍ଶକ୍ରମେ ସିବିଏସଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସିବିଏସଇ ବୋର୍ଡର କୋଣ୍ଟ୍ରୋଲର ସନ୍ୟମ ଭରଦ୍ୱାଜ କହିଛନ୍ତି, ସ୍କୁଲ୍ ଏହି ପରୀକ୍ଷା ଅନଲାଇନ୍ କିମ୍ୱା ଅଫଲାଇନ୍ ମାଧ୍ୟମରେ କରିପାରେ। ତେବେ ଏହି ସୁଯୋଗ କେବଳ ଚଳିତ ବର୍ଷ ପାଇଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ମାର୍ଚ୍ଚ ୧୬ରେ ସ୍କୁଲ୍ ଗୁଡ଼ିକ ବନ୍ଦ ରହିଛି।



[ad_2]

Exit mobile version