ଦେଶ

ଫାଶୀ ବଦଳରେ ସୀମାକୁ ପଠାଇବାକୁ ପ୍ରସ୍ତାବ ଦେଲେ ‘ନିର୍ଭୟା’ ଦୋଷୀଙ୍କ ଓକିଲ

ନୂଆଦିଲ୍ଲୀ: ଆଇନର ବିଭିନ୍ନ ବ୍ୟବସ୍ଥାର ସହାୟତା ନେଇ ‘ନିର୍ଭୟା’ ଦୋଷୀଙ୍କ ଫାଶୀ ବିଳମ୍ବିତ କରିଥିବା ଓକିଲ ଏପି ସିଂହ ଏବେ ଏକ ଅଜବ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ସରକାର ଏହି ଦୋଷୀମାନଙ୍କୁ ଫାଶୀ ପାଇଁ ପ୍ରସ୍ତାବ ଦେବା ପକ୍ଷପାତୀ ଏବଂ ବିନା ବୁଦ୍ଧି ପ୍ରୟୋଗରେ କରାଯାଇଛି।

ସେ କହିଛନ୍ତି, ରାଜନୀତି ପାଇଁ ଫାଶୀ ଦଣ୍ଡକୁ ବ୍ୟବହାର କରାଯାଉଛି। ସେମାନଙ୍କ ଜୀବନକୁ ବ୍ୟବହାର କରାଯାଉ। ସେମାନଙ୍କୁ ପାକିସ୍ତାନ ବା ଚାଇନା ସୀମାକୁ ପଠାଯାଉ, କିନ୍ତୁ ଫାଶୀ ନ ଦିଆଯାଉ।

ଆହୁରି ପଢ଼ନ୍ତୁ

ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି, ଏମାନଙ୍କୁ ଫାଶୀ ଦେଲେ କ’ଣ ଦୁଷ୍କର୍ମ ବନ୍ଦ ହୋଇଯିବ? ବର୍ଷେ ଦିବର୍ଷ ପରେ ସମସ୍ତେ ଏହି ମାମଲାକୁ ଭୁଲିଯିବେ, କିନ୍ତୁ ସେମାନଙ୍କ ପରିବାର ନଷ୍ଟ ହୋଇଯିବ। ସେମାନଙ୍କୁ ଜେଲ୍‌ରେ ରଖାଯାଉ ଏବଂ ମେଡିକାଲ ଟ୍ରାଏଲ୍‌ ଓ ସୀମାକୁ ପଠାଯିବା ଆଦି ପାଇଁ ବ୍ୟବହାର କରାଯାଉ।

ଏହା ପୂର୍ବରୁ ଆସନ୍ତାକାଲି ବା ଶୁକ୍ରବାର ସକାଳ ୫.୩୦ରେ ସମସ୍ତ ୪ ଜଣ ‘ନିର୍ଭୟା ଦୋଷୀ’ ହେବା ନିଶ୍ଚିତ ହୋଇଯାଇଛି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛନ୍ତି। କୋର୍ଟ ସମସ୍ତ ଦୋଷୀଙ୍କ ଆବେଦନ ଖାରଜ କରିଛନ୍ତି। ଏଥିସହ କୋର୍ଟ ପୂର୍ବରୁ ଜାରି କରିଥିବା ଡେଥ୍‌ ୱାରେଣ୍ଟରେ ରୋକ୍‌ ଲଗାଇବାକୁ ମନା କରିଛନ୍ତି।



[ad_2]

Show More
Back to top button