ବିଦେଶ

‘ଫାଶୀ ଦଣ୍ଡ’ ବିଲୋପ କରିବାକୁ ପ୍ରୟାସ ଆରମ୍ଭ କଲା ଜାତିସଂଘ

ଜେନେଭା: ସାରା ବିଶ୍ୱରେ ‘ଫାଶୀ ଦଣ୍ଡ’ର ବିଲୋପ ପାଇଁ ଜାତିସଂଘ ଆହ୍ୱାନ ଦେଇଛନ୍ତି। ସମସ୍ତ ଦେଶକୁ ଆହ୍ୱାନ କରି ଜାତିସଂଘ ପକ୍ଷରୁ କୁହାଯାଇଛି ଏହାକୁ ବନ୍ଦ କରିବା ଦରକାର ନଚେତ ସ୍ଥଗି ରଖିବା ଦରକାର। ୨୦ ମାର୍ଚ୍ଚ ବା ଶୁକ୍ରବାରରେ ଭାରତରେ ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ଜାତିସଂଘ ଏପରି ମତ ରଖିଛି। ଏହି ମାମଲାରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଚଳନ୍ତା ବସ୍‌ରେ ଅତି କୁତ୍ସିତ ଭାବେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହାପରେ ୭ ବର୍ଷ ଧରି ମାମଲା ଚାଲିଥିଲା। ଶେଷରେ ଗତ ଶୁକ୍ରବାର ସକାଳ ୫.୩୦ରେ ତିହାର ଜେଲଠାରେ ଫାଶୀ ଦିଆଯାଇଥିଲା।

ତେବେ ଏହି ‘ଫାଶୀ ଦଣ୍ଡ’କୁ ନେଇ ଜାତିସଂଘ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍ରେସ୍‌ଙ୍କ ମୁଖପାତ୍ର ଷ୍ଟେଫାନ୍‌ ଡୁଜାରିକ୍‌ କହିଛନ୍ତି, ଆମେ ଫାଶୀକୁ ନେଇ ସ୍ପଷ୍ଟ ମତ ରଖି ଆସିଛୁ ଯେ ସମସ୍ତ ଦେଶ ଫାଶୀ ଦଣ୍ଡ ବନ୍ଦ କରନ୍ତୁ ଅଥବା ଏହାକୁ ସ୍ଥଗିତ ରଖନ୍ତୁ।

ଆହୁରି ପଢ଼ନ୍ତୁ

ଅନ୍ୟପକ୍ଷରେ ନିଜେ ଆଣ୍ଟୋନିଓ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଫାଶୀ ଦଣ୍ଡର କୌଣସି ସ୍ଥାନ ନାହିଁ। ଫାଶୀ ଦଣ୍ଡ ବିରୋଧରେ ସେ ଲଗାତାର ମତ ରଖି ଆସୁଛନ୍ତି। ଏପରିକି ଜାତିସଂଘର ଆହ୍ୱାନରେ ୧୪୦ଟି ଦେଶ ଫାଶୀ ଦଣ୍ଡ ବିଲୋପ କରିସାରିଛନ୍ତି। ପୂର୍ବରୁ ଜାତିସଂଘ ଅନେକ ଥର ଫାଶୀଦଣ୍ଡ ବିରୋଧରେ ସଂକଳ୍ପ ଆଗତ କରିଆସିଛି।

ଗତ ୨୦୧୯ ମସିହା ଜୁନ୍‌ ମାସରେ ଭାରତ ଏଭଳି ଏକ ସକଳ୍ପ ବିରୋଧରେ ଭୋଟ୍‌ ଦେଇଥିଲା। ଭାରତ ପକ୍ଷରୁ କୁହାଯାଇଥିଲା, ବିରଳରୁ ଅତି ବିରଳ ମାମଲାରେ ହିଁ ଫାଶୀ ଦିଆଯାଏ। ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ପ୍ରଥମ ଥର ପାଇଁ ତିହାର ଜେଲରେ ଏକାଥରେ ୪ ଜଣଙ୍କୁ ଫାଶୀ ଦିଆଯାଇଛି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ ମଧ୍ୟ କରାଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ସପକ୍ଷରେ ମତ ରଖିଛନ୍ତି। ନିର୍ଭୟା ମାମଲା ପରି ହୃଦୟଥରା ଘଟଣାର ଦୋଷୀମାନଙ୍କୁ ଫାଶୀ ହୋଇଥିବାରୁ ସାରା ଦେଶ ଉତ୍ସବ ମନାଇଛି।

[ad_2]
Show More
Back to top button