ଫାଇନ୍‌ ଦେଲେ ଅପରାଜିତା

ଭୁବନେଶ୍ୱର(ସତ୍ୟଶିଖା): କୋଭିଡ ନିୟମ ଭଙ୍ଗ କରି ସ୍ୱେଚ୍ଛାକୃତ ଭାବେ ଫାଇନ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏ ସମ୍ପର୍କରେ ଖୋଦ ଅପରାଜିତା ଟ୍ୱିଟ କରି ସୂଚନା ଦେଇଛନ୍ତି।

ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଧାନ । ତାଙ୍କୁ ବୁଝାଶୁଝା କରିବାକୁ ଦଳର ଅନ୍ୟ ନେତୃବୃନ୍ଦଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ମଧ୍ୟ ଜଗନ୍ନାଥଙ୍କ ଘରକୁ ଯାଇଥିଲେ।  ଏହାପରେ ମନ ପରିବର୍ତ୍ତନ କରି ପୁଣି ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଇ ବିଜେପିକୁ ଫେରି ଆସିଲେ ଜଗନ୍ନାଥ।

ହେଲେ କରୋନା ପରି ମହାମାରୀ  ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଜଗନ୍ନାଥଙ୍କ ଘରେ କିଛି ବିଜେପି ନେତା, କର୍ମୀ ଏକାଠି ହୋଇଥିଲେ। ଏକାଧିକ ଲୋକ ଏକାଠି ହେବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ନିଜେ ଆଗକୁ ଆସି ଲୋକଙ୍କ ଆବେଗକୁ ସମ୍ମାନ ଜଣାଇବା ସହ ଫାଇନ ଦେଇଥିବା କହିଛନ୍ତି ଅପରାଜିତା।  ଏହା ଭଲ ଲକ୍ଷଣ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି।



[ad_2]

Exit mobile version