

ସତ୍ୟଶିଖା(କାଠମାଣ୍ଡୁ ) ୦୫.୦୨.୨୦୨୨ : ମଧ୍ୟ-ପଶ୍ଚିମ ନେପାଳର ପିଉଥାନ ଜିଲାରେ ଆଜି ସକାଳେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ପାହାଡ ଉପରୁ ଗୋଟିଏ ଜିପ୍ ଖାଇରେ ଖସି ପଡିବା ପରେ ଆଠ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଛଅ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହସ୍ପିଟାଲରେ ନେବା ବାଟରେ ହୋଇଥିବା ନେଇ ଖବର ମିଳିଛି। ଯାତ୍ରୀମାନେ ଏକ ବିବାହ ସମାରୋହରୁ ଫେରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ନେଇ ସୂଚନା ମିଳିଛି।