ପ୍ରିୟଙ୍କା ଗାନ୍ଧୀଙ୍କ ଅନୁରୋଧ ରକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଘରକୁ ଫେରିବାକୁ ଇଚ୍ଛୁକ ଶ୍ରମିକଙ୍କୁ ଆଣିବା ପାଇଁ ହଜାରେ ବସ ଚଳାଇବାକୁ ଅନୁମତି ମାଗିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଯୋଗୀ ସରକାର ଏହି ଅନୁରୋଧ ରକ୍ଷା କରିଛନ୍ତି। ଏବେ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଅବୀନାଶ ଅଓ୍ୱସ୍ଥି ପ୍ରିୟଙ୍କାଙ୍କୁ ୧୦୦୦ ବସର ଫିଟନେସ, ଚାଳକଙ୍କ ନାମ ଏସବୁ ତଥ୍ୟ ମାଗିଛନ୍ତି।

ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାରଙ୍କୁ ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ୧୦୦୦ ବସ ଚଳାଇବାକୁ ଅନୁମତି ମାଗିଥିଲେ। ଏହି ବସ ଭଡ଼ା କଂଗ୍ରେସ ଦେବ ବୋଲି ସେ କହିଥିଲେ। ରାସ୍ତାରେ ପ୍ରବାସୀ ଶ୍ରମିକ ଚାଲି ଚାଲି ଆସୁଛନ୍ତି ତ ଆଉ କିଏ ଗାଡ଼ି ଟ୍ରକରେ ଆସୁଛନ୍ତି। ଏଭଳି ଆସିବା ଦ୍ୱାରା ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ବସ୍ ଚଳାଇବାକୁ ଅନୁମତି ଦିଆଯାଉ ବୋଲି ପ୍ରିୟଙ୍କା ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ

 



[ad_2]

Exit mobile version