ଦେଶ

ବାପା-ପୁଅଙ୍କୁ ରାତି ତମାମ ପିଟିଥିଲେ ପୁଲିସ ଅଧିକାରୀ

ମଦୁରାଇ: ପୂରା ତାମିଲନାଡୁ ଓ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ସାଥନକୁଲମ ପୁଲିସ୍‌ ହେପାଜତରେ ବାପା-ପୁଅଙ୍କ ମୃତ୍ୟୁ ଘଟଣାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜୁନ୍‌ ୧୯ରେ ବାପା ଜେ ଜୟରାଜ ଓ ପୁଅ ଜେ ବେନିକ୍ସଙ୍କୁ ପୁଲିସ୍‌ ଗିରଫ କରିବା ପରେ ରାତି ତମାମ ଲାଠିରେ ପ୍ରବଳ ମାଡ଼ ମାରିଥିଲା। ଯେଉଁଥି ପାଇଁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଘଟଣାର ତଦନ୍ତ କରୁଥିବା କୋଭିଲପାଟ୍ଟି ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏକଥା କହିଛନ୍ତି।

ସାଥନକୁଲମ ପୁଲିସ୍‌ ଷ୍ଟେସନର ଜଣେ ମହିଳା ହେଡ କନଷ୍ଟେବଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଆଗରେ ଏଭଳି ବୟାନ ରହିଛନ୍ତି।
ମାଡ୍ରାସ ହାଇକୋର୍ଟଙ୍କ ଆଗରେ ମାଜିଷ୍ଟ୍ରେଟ ଦାଖଲ କରିଥିବା ରିପୋର୍ଟରେ କହିଛନ୍ତି ଯେ ଥାନାର ପୁଲିସ୍‌ ଅଧିକାରୀମାନେ ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି।

ସେମାନେ ଆମକୁ କୌଣସି ପ୍ରମାଣ ଦେଇ ନଥିବା ବେଳେ ଥାନାରେ ସିସିଟିଭ ଫୁଟେଜ ଆମ ପାଖରେ ପହଞ୍ଚିନି। ହେଲେ ଥାନାର ଜଣେ ମହିଳା ହେଡ କନଷ୍ଟେବଲ ସାହସ କରି ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଆଗରେ  ଆମକୁ ଜୁନ୍‌ ୨୮ରେ ସବୁ ତଥ୍ୟ ଦେଇଛନ୍ତି। ବୟାନ ଦେବା ପରେ ସେ ଏଥିରେ ଦସ୍ତଖତ କରିବାକୁ ପଛଘୁଞ୍ଚା ଦେଇଥିଲେ।

ଆହୁରି ପଢ଼ନ୍ତୁ

ଆମେ ତାଙ୍କୁ ସୁରକ୍ଷା ପାଇଁ ସବୁ ପ୍ରତିଶ୍ରୁତି ଦେବା ପରେ ସେ ଦସ୍ତଖତ କରିବାକୁ ରାଜି ହୋଇଥିଲେ। ମହିଳା କନଷ୍ଟେବଲ କହିଛନ୍ତି ଯେ ବାପା-ପୁଅଙ୍କୁ ପୁଲିସ୍‌ର ଅଧିକାରୀମାନେ ରାତି ତମାମ ଲାଠିରେ ପିଟିଥିଲେ। ସେମାନଙ୍କ ରକ୍ତ ହିଁ ଟେବୁଲ ଓ ଲାଠିରେ ଲାଗିଥିଲା। ସେମାନେ ଏହାକୁ ଲୁଚାଇ ଦେଇଥିଲେ।

ପଚରାଉଚରା ବେଳେ ଆମେ ଲାଠି ମାଗିଥିଲୁ। କିନ୍ତୁ ଥାନାର ଅଧିକାରୀମାନେ ଏହାକୁ ଲୁଚାଇ ଦେଇଥିଲେ। କିନ୍ତୁ ଶେଷରେ ସେମାନେ ଉକ୍ତ ଲାଠି ଆମକୁ ଦେଇଛନ୍ତି। ଥାନାରେ ଲାଗିଥିବା ସିସିଟିଭକୁ ଏମିତି ଭାବେ ଇନଷ୍ଟଲ କରାଯାଇଛି ଯେ ପ୍ରତିଦିନ ଏହା ଆପେଆପେ ଡିଲିଟ ହୋଇଯାଉଛି।

ଜୁନ୍‌ ୧୯ରୁ କୌଣସି ସିସିଟିଭ ଫୁଟେଜ ପୁଲିସ୍‌ ବାବୁମାନଙ୍କ ପାଖରେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ମାଡ୍ରାସ ହାଇକୋର୍ଟ ଘଟଣାକୁ ନିଜ ଆଡ଼ୁ ବିଚାରକୁ ନେବା ସହ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ଏଫଆଇ ରୁଜୁ କରିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button