ପ୍ରସିଦ୍ଧ କ୍ରଫୋର୍ଡ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ: କରୋନା ସଂକ୍ରମଣ ମଧ୍ୟରେ ଆଉ ଏକ ବଡ଼ ବିପତ୍ତିର ସମ୍ମୁଖୀନ ହୋଇଛି ମୁମ୍ବାଇ। ଏଠାରେ ଥିବା ପ୍ରସିଦ୍ଧ କ୍ରଫୋର୍ଡ ମାର୍କେଟରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସନ୍ଧ୍ୟା ୬.୧୫ରେ ମାର୍କେଟ ମଧ୍ୟରୁ ଅତ୍ୟନ୍ତ ଭୟଙ୍କର କଳାଧୂଆଁ ବାହାରିଥିଲା। କେହି କିଛି ବୁଝିବା ପୂର୍ବରୁ ଏହା ବ୍ୟାପି ଯାଇଥିଲା। ମାତ୍ର କିଛି ମିନିଟ୍‌ ମଧ୍ୟରେ ୪ଟି ଦୋକାନ ସଂପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଛି।

ଆହୁରି ପଢ଼ନ୍ତୁ

ଖବର ପାଇ ୧୦ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ଲେଭଲ-୨ର ଏହି ଅଗ୍ନିକାଣ୍ଡକୁ ପ୍ରଶମିତ କରିବା ପାଇଁ ଅଗ୍ନିଶମ ବାହିନୀର ଦୁଇଟି ଜେଟ୍‌ ମଧ୍ୟ ବ୍ୟବହାର କରାଯାଇଛି। ନିଆଁ ଲାଗିବାର ମାତ୍ର ୩ମିନିଟ୍‌ ମଧ୍ୟରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିବାରୁ କ୍ଷୟକ୍ଷତି ବହୁତ କମ ହେବ ବୋଲି କୁହାଯାଇଛି। ତଥାପି ନିଆଁ ସଂପୂର୍ଣ୍ଣ ଆୟତ୍ତ ହେବା ପରେ କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ। ରିପୋର୍ଟ ଲେଖା ହେବା ବେଳକୁ ଅଗ୍ନିକାଣ୍ଡ କାରଣ ଜଣାପଡ଼ିନାହିଁ।

[ad_2]
Exit mobile version