ପ୍ରଶାସନ ପାରିନଥିଲା, ଏବେ କରୋନା ପାଇଁ ସ୍ୱଚ୍ଛ ହେଉଛି ଗଙ୍ଗା

ନୂଆଦିଲ୍ଲୀ: କରୋନା ବ୍ୟାପିବା ପରେ ଲକ୍‌ଡାଉନ୍‌ ପାଇଁ ଲୋକେ ଏବେ ଘର ଭିତରେ ରହୁଛନ୍ତି। ଶିଳ୍ପ ସବୁ ମଧ୍ୟ ବନ୍ଦ ରହିଛି। ଏହି କାରଣରୁ ପ୍ରଦୂଷଣ ହ୍ରାସର ସକାରାତ୍ମକ ପ୍ରଭାବ ବାରାଣାସୀ ଏବଂ ହରିଦ୍ୱାର ଦେଇ ପ୍ରବାହିତ ଗଙ୍ଗା ନଦୀ ଉପରେ ପଡ଼ିଛି। କରୋନା ଭାଇରସ୍ ପାଇଁ ଲକ୍‌ଡାଉନ୍ ସମୟରେ ନଦୀଜଳର ଗୁଣବତ୍ତାରେ ଉନ୍ନତି ଘଟୁଥିବା ଜଣାପଡ଼ିଛି।

ଗତ ମାସ ଅର୍ଥାତ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍‌ର ବ୍ୟାପିବାକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ସେବେଠାରୁ ଗଙ୍ଗାକୁ ପ୍ରଦୂଷିତ ଜଳ ଛାଡ଼ୁଥିବା ଶିଳ୍ପଗୁଡ଼ିକ ବନ୍ଦ ରହିଛିଏହା ପରେ ବର୍ତ୍ତମାନ କିଛି ବୈଜ୍ଞାନିକ ନିୟମିତ ଗବେଷଣା ପରେ ଜଣାଇ ଜଳର ଗୁଣବତ୍ତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ଏହି ନଦୀଜଳ ପିଇବା ପାଇଁ ମଧ୍ୟ ଉପଯୁକ୍ତ ବୋଲି ସେମାନେ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ

ବର୍ତ୍ତମାନ ସମୟରେ ହରିଦ୍ୱାରରେ ଥିବା ଘାଟଗୁଡ଼ିକରେ ମଧ୍ୟ ଲକ୍‌ଡାଉନ୍‌ କାରଣରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଛି। କୌଣସି ଲୋକ ଆଉ ପୂର୍ବଭଳି ପାଣିରେ ବୁଡ଼ ପକାଉ ନାହାଁନ୍ତି କିମ୍ବା ଏଥିରେ ବର୍ଜ୍ୟବସ୍ତୁ ପକାଉ ନାହାଁନ୍ତି। ଫଳରେ ଜଳ ପରିଷ୍କାର ଦେଖାଯାଉଛି। ଏହି ସ୍ୱଚ୍ଛ ଜଳ କାରଣରୁ ନଦୀର ମାଛ ଏବଂ ଅନ୍ୟାନ୍ୟ ଜୀବଙ୍କୁ ସ୍ପଷ୍ଟ ଦେଖି ହେଉଛି।

ଜଣେ ଆଇଆଇଟି-ବିଏଚୟୁ ପ୍ରଫେସର କହିବା ଅନୁଯାୟୀ, ଗଙ୍ଗାରେ ମୁଖ୍ୟତଃ ଶିଳ୍ପ, ନିକଟରେ ଥିବା ହୋଟେଲ ଏବଂ ଅନ୍ୟାନ୍ୟ ଉତ୍ସରୁ ପ୍ରଦୂଷିତ ଜଳି ମିଶିଥାଏ ଆସିଥାଏ। ଏସବୁ ବନ୍ଦ ହେବା ସହିତ ଜଳର ଗୁଣବତ୍ତା ଚାଳିଶରୁ ପଚାଶ ପ୍ରତିଶତକୁ ଉନ୍ନତ ହୋଇଛି। ଗତ କିଛି ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ବର୍ଷା ହେବା କାରଣରୁ ଜଳ ସ୍ତର ମଧ୍ୟ ବୃଦ୍ଧି ପାଇବା ଏହାକୁ ସୁହାଇଛି।

କେବଳ ଗଙ୍ଗା ସହିତ ଅନ୍ୟତମ ପବିତ୍ର ନଦୀ ଭାବେ ବର୍ଣ୍ଣିତ ଯମୁନା ନଦୀରେ ମଧ୍ୟ ଜଳର ଗୁଣବତ୍ତା ଏବଂ ପରିମାଣରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଫଟୋରୁ ସ୍ପଷ୍ଟ ଦେଖାଯାଉଛି ବର୍ଷ ବର୍ଷ ଧରି ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ ହୋଇଥିବା ନଦୀ ଅଧିକ ପରିଷ୍କାର ଦେଖାଯିବାରେ ଲାଗିଛି।

[ad_2]
Exit mobile version