ପ୍ରବାସୀ ଶ୍ରମିକ ବାଟରେ ମରିଗଲେ ସରକାର ଦାୟୀ ରହିବେ: ପ୍ରଦୀପ୍ତ

ଭୁବନେଶ୍ୱର:(ସତ୍ୟଶିଖା): ପ୍ରବାସୀ ଶ୍ରମିକ ଚାଲି ଚାଲି ଆସୁଥିବା ବେଳେ ବାଟରେ ମରିଗଲେ ସରକାର ଦାୟୀ ରହିବେ।  ଓଡ଼ିଶା ସରକାରଙ୍କୁ ଏହି କଡ଼ା ସତର୍କବାଣୀ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।  ଗୁଜରାଟ, ମହାରାଷ୍ଟ୍ର, ଚେନ୍ନାଇରୁ ହଜାର ହଜାର ଶ୍ରମିକଙ୍କୁ ଟ୍ରେନରେ ଅଣାଯାଉଛି। ବର୍ତ୍ତମାନ ଆସିଥିବା ୫୩ଟି ଟ୍ରେନ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାକୁ ୩୦ଟି ଟ୍ରେନ ଆସିଛି କିନ୍ତୁ ପଶ୍ଚିମ ଓଡ଼ିଶାର ଶ୍ରମିକଙ୍କୁ ଆଣିବା ଲାଗି ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପ୍ରଦୀପ୍ତ ନାୟକ।

ଆହୁରି ପଢ଼ନ୍ତୁ

ବଲାଙ୍ଗୀର ଜିଲ୍ଲାର ୧ ଲକ୍ଷରୁ ଅଧିକ,  ନୂଆପଡ଼ାରୁ ୬୦ ହଜାରରୁ ଅଧିକ ଶ୍ରମିକ ପଞ୍ଜିକରଣ କରିଛନ୍ତି। ସାରା ରାଜ୍ୟର ୧୨ ଲକ୍ଷରୁ ଅଧିକ ଶ୍ରମିକ ଘରକୁ ଆସିବାକୁ ପଂଜିକରଣ କରିଛନ୍ତି। ସରକାର କିନ୍ତୁ ସଂଖ୍ୟା କହୁନାହାନ୍ତି। ଶ୍ରମିକମାନେ କେମିତି ଫେରିବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଏହାର ଜବାବ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଖାଲି ରାଜ୍ୟ ସରକାର ଚାହିଁଲେ ହେବନି, ପଡୋଶୀ ରାଜ୍ୟ ସରକାର ବି ସମନ୍ୱୟ ରଖି ପଠାଇବା ଉଚିତ୍ ବୋଲି ସେ କହିଛନ୍ତି।

[ad_2]
Exit mobile version