ରାଜ୍ୟ

ପ୍ରବାସୀ ଶ୍ରମିକଙ୍କ ଭୋଜନ ଦାୟିତ୍ୱ ନେଲା ମନ୍ଦିର; ଜାଣନ୍ତୁ କେଉଁଠି ହୋଇଛି ଏହି ବ୍ୟବସ୍ଥା

ଭୁବନେଶ୍ୱର (ସତ୍ୟଶିଖା): ଲକ୍‌ଡାଉନ୍‌ ଯୋଗୁ ସବୁ କିଛି ଠପ୍ ହୋଇଯାଇଛି। ଯେଉଁଥିପାଇଁ ପ୍ରବାସୀ ଶ୍ରମିକମାନେ ଘରକୁ ମୁହାଁ ହୋଇଛନ୍ତି। ସବୁ ବନ୍ଦ ରହିଥିବାରୁ ପ୍ରବାସୀମାନେ ପୂରା ଅସହାୟ ହୋଇପଡିଛନ୍ତି। ଖାଇବା ତ ଦୂରର କଥା, କେବେ ପହଞ୍ଚିବେ ସେକଥା ଜାଣିନାହାନ୍ତି। ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଥିବାରୁ ଏଥିପାଇଁ ଚିନ୍ତା ପ୍ରକଟ କରିଛନ୍ତି ଦେବୋତ୍ତର କମିଶନ।

ରାସ୍ତାରେ ଅସହାୟ ଅବସ୍ଥାରେ ଯାଉଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ କମିଶନଙ୍କ ଅଧୀନରେ ଥିବା ପ୍ରାୟ ୮୦ଟି ମନ୍ଦିର ଟ୍ରଷ୍ଟକୁ ନିର୍ଦ୍ଦେଶ ଦିଆଯାଇଛି। ଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ମନ୍ଦିର ଟ୍ରଷ୍ଟି ଓ ଜିଲ୍ଲାପାଳଙ୍କୁ ଦେବୋତ୍ତର କମଶନର ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଆନ୍ଧ୍ରପ୍ରଦେଶ ପଟୁ ଆସୁଥିବା ଶ୍ରମିକଙ୍କ ଲାଗି ରାୟଗଡ଼ାର ମଝିଘରିଆଣୀ ମନ୍ଦିରରେ ବ୍ୟବସ୍ଥା କରାଯାଇଛି। ଠିକ୍‌ ସେହିପରି ପଶ୍ଚିମବଙ୍ଗ ପଟୁ ଆସୁଥିବା ଶ୍ରମିକଙ୍କ ପାଇଁ ବାଲେଶ୍ୱର କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଜିଲ୍ଲା ପ୍ରଶାସନ ସହଯୋଗରେ ରନ୍ଧାଖାଦ୍ୟ ଦେବାକୁ ମନ୍ଦିର ଟ୍ରଷ୍ଟକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ପ୍ରବାସୀମାନେ ଭୋକିଲା ରହିବେ ନାହିଁ।

‘କରୋନା’ର ମୁକାବିଲା ପାଇଁ ପୂର୍ବରୁ ଦେବୋତ୍ତର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରାୟ ୬୦ଟି ମନ୍ଦିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

[ad_2]
Show More
Back to top button