ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ ନିଯୁକ୍ତି ଦିଆଯିବ


ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ କେନ୍ଦ୍ର ସରକାର ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଚିନ୍ତାଜନକ। ସେମାନଙ୍କର ଦୈନିକ ପାରିଶ୍ରମିକ ହାରାହାରି ୨୦୨ ଟଙ୍କା ରଖାଯାଇଛି। ଯେଉଁ ପ୍ରବାସୀ ଶ୍ରମିକ ଗାଁକୁ ଫେରିଛନ୍ତି ସେମାନଙ୍କୁ ମନରେଗା ଯୋଜନା ଜରିଆରେ କାମ ଦିଆଯିବ। ମନରେଗା ଯୋଜନା ଜରିଆରେ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ କାମ ଯୋଗାଇ ଦିଆଯିବ। ଏଥିପାଇଁ ୧୦ ହଜାର କୋଟି ଟଙ୍କା ସରକାର ବ୍ୟବସ୍ଥା କରିଛନ୍ତି। ଆବଶ୍ୟକ ପଡ଼ିଲେ ଆହୁରି ଖର୍ଚ୍ଚ କରାଯିବ।
#MGNREGA support to returning #Migrants
✅14.62 crore person-days of work generated till 13th May 2020
✅Actual Expenditure till date is around Rs. 10,000 Cr#AatmaNirbharBharatPackage pic.twitter.com/VDPGgI9L0q— PIB India #StayHome #StaySafe (@PIB_India) May 14, 2020
ପ୍ରବାସୀ ଶ୍ରମିକମାନେ ଚାହିଁଲେ ନିଜକୁ ପଞ୍ଜୀକୃତ କରିପାରିବେ। ଦୈନିକ ମଜୁରୀ ଏବେ ୧୮୨ ରୁ ୨୦୨ କୁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାକୁ ଅଧିକ ମାନବ ଦିବସ କରାଯାଇଛି। ମନରେଗାରେ ୧୪.୬୨ କୋଟି ଅଧିକ ମାନବ ଦିବସ ସୃଷ୍ଟି କରାଯାଇଛି। ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାକୁ ରାଜ୍ୟମାନଙ୍କୁ କୁହାଯାଇଛି।
ଯେଉଁ ସଂସ୍ଥାରେ ୧୦ ରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି ସେମାନେ ଏସଆଇସି ମାଧ୍ୟମରେ ଉପକୃତ ହେବେ। ଯେଉଁଠାରେ ଶ୍ରମିକମାନେ ବିପଦଜନକ ଭାବରେ କାମ କରୁଛନ୍ତି ସେଠାରେ ଇଏସଆଇ ସୁବିଧା ଯୋଗାଇବାକୁ ବାଧ୍ୟ। ସାମାଜିକ ସୁରକ୍ଷା ଯୋଜନାକୁ ମଧ୍ୟ ସେଠାରେ ଲାଗୁ କରିବା ବାଧ୍ୟତାମୂଳକ ବୋଲି ନିର୍ମଳା କହିଛନ୍ତି। ସେହିପରି ସମସ୍ତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ଦିଆଯିବ ବୋଲି ଅନୁରାଗ ଠାକୁର କହିଛନ୍ତି।
ସେହିପରି ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ଆରମ୍ଭ ହେବ ଘରଭଡ଼ା ଯୋଜନା, ସୁଲଭ ଦରରେ ଭଡ଼ା ଘର ଯୋଗାଣ ନେଇ ବ୍ୟବସ୍ଥା କରାଯିବ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଭଡ଼ା ଘର ମିଳିବ ବୋଲି ସୀତାରମଣ କହିଛନ୍ତି।
ଆହୁରି ପଢ଼ନ୍ତୁ
ସମସ୍ତ ପ୍ରବାସୀଙ୍କୁ ଆଗାମୀ ୨ ମାସ ଯାଏ ମିଳିବ ମାଗଣା ଖାଦ୍ୟଶସ୍ୟ, ୨ ମାସ ଯାଏ ମାସିକ ମୁଣ୍ଡପିଛା ୫ କେଜି ଚାଉଳ କିମ୍ବା ଗହମ ମିଳିବ, ପରିବାର ପିଛା ମାସିକ ୧ କେଜି ଡାଲି ମାଗଣାରେ ଦିଆଯିବ, ଖାଦ୍ୟଶସ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି ସୀତାରମଣ କହିଛନ୍ତି। ଏହାଦ୍ୱାରା ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକ ଉପକୃତ ହେବେ। ୨ ମାସ ମାଗଣା ଖାଦ୍ୟଶସ୍ୟ ପାଇଁ ୩୫ଶହ କୋଟି ଖର୍ଚ୍ଚ କରିବେ ସରକାର।
ସହରାଞ୍ଚଳ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଏସଡିଆରଏଫ ପାଣ୍ଠି ଖର୍ଚ୍ଚ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ସହରାଞ୍ଚଳ ଗୃହହୀନ ଗରିବଙ୍କୁ ଆଶ୍ରୟ ଗୃହରେ ରଖାଯାଉଛି, ସେମାନଙ୍କୁ ଦୈନିକ ୩ ଓଳି ଖାଇବାକୁ ଦିଆଯାଉଛି।
ସ୍ୱୟଂ ସହାୟକ ଗୋଷ୍ଠୀ
ସାରା ଦେଶରେ ୧୨ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି। ଏହି ଗ୍ରୁପ ଜରିଆରେ ୩ କୋଟି ସାନିଟାଇଜର ମାସ୍କ ଏବଂ ସାନିଟାଇଜର ତିଆରି କରାଯାଇଛି। କେନ୍ଦ୍ର ସରକାରଙ୍କ ସହଯୋଗରେ ଏହା ତିଆରି ହୋଇଛି। ୭୨୦୦ ନୂଆ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି ହୋଇଛି। ମାର୍ଚ୍ଚ ୧୫ରୁ ଏହି ଗୋଷ୍ଠୀ ଆରମ୍ଭ ହୋଇଛି। ସେମାନଙ୍କୁ ରିଓ୍ୱଲିଂ ଫଣ୍ଡରୁ ସହାୟତା କରାଯାଉଛି। ସହରାଞ୍ଚଳରେ ଥିବା ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ମଧ୍ୟ ସହଯୋଗ କରୁଛନ୍ତି।
#AatmaNirbharBharatPackage provides support for #Migrants & Urban Poor:
✅ Govt permitted State Governments to utilise SDRF for setting up shelter for migrants
✅Central Government released Rs 11002 crore of its contribution in advance to all States on 3rd April pic.twitter.com/ACpjvtbfvL
— PIB India #StayHome #StaySafe (@PIB_India) May 14, 2020
[ad_2]