ରାଜ୍ୟ

ପ୍ରବାସୀ ଶ୍ରମିକଙ୍କୁ ଧରି ଟିଟିଲାଗଡ଼ରେ ପହଞ୍ଚିଲା ସ୍ପେଶାଲ ଟ୍ରେନ୍‌

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ ଆଜି ସନ୍ଧ୍ୟା ୫.୨୩ ମିନିଟ୍‌ରେ ପହଞ୍ଚି ସ୍ପଶାଲ୍‌ ପ୍ରବାସୀ ଟ୍ରେନ୍‌। ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାଡାରୁ ପ୍ରାୟ ୧୨୦୯ ଜଣ ପ୍ରବାସୀଙ୍କୁ ଧରି ଟ୍ରେନ୍‌ ଆସିଥିଲା। ଆଜି ଟ୍ରେନ୍‌ଟି ଷ୍ଟେସନ୍‌ରେ ପହଞ୍ଚିବା ପରେ ବଗିରୁ ନବାହାରିବା ପାଇଁ ମାଇକ୍‌ରେ ଘୋଷଣା କରାଯାଇଥିଲା। ପରେ ଜିଲ୍ଲା ୱାରୀ ପ୍ରବାସୀମାନେ ବାହାରକୁ ଆସିଥିଲେ। ପ୍ରଥମେ ସେମାନଙ୍କ ହାତ ସାନିଟାଇଜ୍‌ କରାଯାଇଥିଲା। ପରେ ସେମାନଙ୍କ ଥର୍ମାଲ୍‌ ସ୍କିନିଂ କରାଯାଇଥିଲା। ତା’ପରେ ସେମାନଙ୍କ ନାଁ ଓ ଗାଁ ପଞ୍ଜିକରଣ କରାଯାଇ ନିଜ ନିଜ ଜିଲ୍ଲାକୁ ସ୍ୱତନ୍ତ୍ର ବସ୍‌ ପଠାଇ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ବାହାରେ ବହୁ ଓଡ଼ିଆ ଫସି ରହିଛନ୍ତି। ସେମାନଙ୍କୁ ସେଠାରେ ନାନା ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଓଡ଼ିଆମାନେ ଓଡ଼ିଶାକୁ ଫେରିବାକୁ ରାଜ୍ୟ ସରକାରଙ୍କୁ ଗୁହାରୀ କରୁଛନ୍ତି। ଯାହାକୁ ନଜରରେ ରଖି ରାଜ୍ୟ ସରକାର ସ୍ପେଶାଲ ଟ୍ରେନ୍‌ ଚଳାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ପରେ କେନ୍ଦ୍ର ସରକାର ଟ୍ରେନ୍‌ ମାଧ୍ୟମରେ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟଙ୍କୁ ଫେରାଇ ଆଣୁଛନ୍ତି।

[ad_2]
Show More
Back to top button