ପ୍ରବାସୀ ଓଡ଼ିଆଙ୍କୁ ଧରି ଓଡ଼ିଶା ଆସୁଛି ୫ଟି ଟ୍ରେନ୍‌; ପଢ଼ନ୍ତୁ କିଏ କେଉଁଠି ଯିବ

ଭୁବନେଶ୍ୱର(ସତ୍ୟଶିଖା): ପ୍ରବାସୀ ଓଡ଼ିଆଙ୍କୁ ଧରି ଆଜି ୫ଟି ସ୍ୱତନ୍ତ୍ର ଟ୍ରେନ ଓଡ଼ିଶା ଆସୁଛି। ଗୁଜରାଟରୁ ୩, ମହାରାଷ୍ଟ୍ର ପାନଭେଲରୁ ଗୋଟିଏ ଓ ତାମିଲନାଡୁର ଚେନ୍ନାଇରୁ ଗୋଟିଏ ଟ୍ରେନ୍ ଓଡ଼ିଶା ଆସୁଛି। ଏହି ୫ଟି ଟ୍ରେନ୍ ଆସନ୍ତାକାଲି ସୁଦ୍ଧା ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ୍‌ ଓ ଟିଟିଲାଗଡ଼ରେ ପହଞ୍ଚିବ। ସମସ୍ତ ଟ୍ରେନ୍‌ରେ ପାଖାପାଖି ଏକ ହଜାରରୁ ଅଧିକ ଯାତ୍ରୀ ଆସିବାର ସୂଚନା ମିଳୁଛି।

ପ୍ରଥମ ଟ୍ରେନ୍‌ଟି ସୁରତରୁ ଜଗନ୍ନାଥପୁର ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛି। ଆଜି ଦିନ ସାଢ଼େ ଗୋଟାଏରେ ସାନିଟାଇଜ ପରେ ଟ୍ରେନ୍ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଟ୍ରେନ୍ ଛାଡ଼ିବା ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ସୁରତ ଜିଲ୍ଲାପାଳ ଓ ଅନ୍ୟ ସରକାରୀ ପଦାଧିକାରୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରିଥିଲେ।

ସେହିଭଳି ଦ୍ୱିତୀୟ ଟ୍ରେନ୍‌ଟି ମହାରାଷ୍ଟ୍ର ପାନ୍‌ଭେଲରୁ ଟିଟିଲାଗଡ଼ ଓ ଅନ୍ୟ ଦୁଇଟି ଟ୍ରେନ୍‌ ଗୁଜରାଟ ସାବରମତୀରୁ ଜଗନ୍ନାଥପୁ ଷ୍ଟେସନ ଆସିବ। ଚେନ୍ନାଇରୁ ରାତି ୧୦ରେ ଆଉ ଗୋଟିଏ ଟ୍ରେନ୍ ଛାଡ଼ିବ। ଆସନ୍ତା ସୋମବାର ଏହି ଟ୍ରେନ୍‌ ଜଗନ୍ନାଥପୁରରେ ପହଞ୍ଚିବ। ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

[ad_2]
Exit mobile version