ରାଜ୍ୟ

ପ୍ରଧାନସାହି ପଞ୍ଚାୟତ ଶଟ୍‌ଡାଉନ୍‌ | Satyasikha

ଖୋର୍ଦ୍ଧା (ବଳରାମ ଲେଙ୍କା): ଜଟଣୀ ବ୍ଲକ୍‌ ପ୍ରଧାନସାହି ପଞ୍ଚାୟତକୁ ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ। ଗତକାଲି ସନ୍ଧ୍ୟା ୭ଟାରୁ ୩୬ ଘଣ୍ଟା ପାଇଁ ଏହି ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ‘କରୋନା’ ସଂକ୍ରମଣ ରୋକିବା ପାଇଁ ସରପଞ୍ଚ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ସୂଚନାରୁ ପ୍ରକାଶ, ପ୍ରଧାନସାହି ପଞ୍ଚାୟତ କଣ୍ଟିଲୋ ଗାଁରୁ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛି। ଯେଉଁଥିପାଇଁ ଜିଲ୍ଲା ପ୍ରଶାସନ ଉକ୍ତ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ଏପରିକି ମେଡିକାଲ୍‌ ଟିମ୍‌ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତେବେ କରୋନା ବ୍ୟାପିବା ଆଶଙ୍କା କରି ସରପଞ୍ଚ ସୁଚରିତା ରାଉରରାୟ ପ୍ରଧାନସାହି ପଞ୍ଚାୟତକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

[ad_2]
Show More
Back to top button