ବିଦେଶ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫାରୁକ ଅବଦୁଲ୍ଲା

 

ନୂଆଦିଲ୍ଲୀ: ଗୃହବନ୍ଦୀରୁ ମୁକ୍ତ ହୋଇଥିବା ଫାରୁକ୍ ଅବଦୁଲ୍ଲା ଓ ପିଡିପିରୁ ବହିଷ୍କୃତ ସାଂସଦ ନଜୀର ଅହମଦ ଲଓ୍ୱୟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଖୁବଶୀଘ୍ର ଜମ୍ମୁ କଶ୍ମୀରର ପୂର୍ବତନ ଦୁଇ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ମୁକ୍ତି କରିବାକୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

ବହିଷ୍କୃତ ପିଡିପି ସାଂସଦ କହିଛନ୍ତି, ଓମାର ଅବଦୁଲ୍ଲା, ମେହବୁବା ମୁଫତି ଓ ବନ୍ଦୀ ଥିବା ଅନ୍ୟାନ୍ୟ ଯୁବକଙ୍କୁ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛୁ। ଖୁବଶୀଘ୍ର ସେମାନେ ମୁକ୍ତି ପାଇବେ ବୋଲି ମୋଦୀ ଆଶ୍ୱାସନା ଦେଇଥିବା ସେ କହିଛନ୍ତି। ଏହାସହିତ କୋଭିଡ-୧୯ ବାବଦରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି।

ଗତ ଶୁକ୍ରବାର ଫାରୁକଙ୍କ ଉପରେ ପିଏସଏ ଆକ୍ଚ ଉଠାଇଥିଲେ ସରକାର। ଏହାପରେ ସେ ଗୃହବନ୍ଦୀରୁ ମୁକ୍ତ ହୋଇଥିଲେ। ଏବେ ତାଙ୍କର ମୋତିଆ ବିନ୍ଦୁ ଅପରେସନ ହୋଇଛି। ଖୁବଶୀଘ୍ର ସେ ସଂସଦରେ ଯୋଗଦେବେ ବୋଲି ଜଣାପଡ଼ିଛି। ୧ ନଭେମ୍ୱର ୨୦୧୯ରେ ନଜିର ଗଭର୍ଣ୍ଣର ଜି.ସି ମୁର୍ମୁଙ୍କ ଶପଥ ସମାରୋହରେ ଯୋଗଦେଇଥିଲେ। ତେଣୁ ପିଡିପି ତାଙ୍କୁ ବହିଷ୍କୃତ କରିଥିଲା।

[ad_2]

Source link

Show More
Back to top button