ରାଜ୍ୟ

ପ୍ରଥମ ତିନି ଥର ୨୦୦ ଟଙ୍କା ଲେଖାଏଁ, ତା’ପରେ ୫୦୦

ଭୁବନେଶ୍ୱର (ସତ୍ୟଶିଖା): ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଆଦାୟ କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ସେ କହିଛନ୍ତି, ପ୍ରଥମ ତିନି ଥର ଭୁଲ୍ ପାଇଁ ଦୁଇ ଶହ ଟଙ୍କା ଲେଖାଏଁ ଜରିମାନା କରାଯିବ। ତିନି ଥର ପରେ ପୁଣି ଭୁଲ୍ କଲେ ଜରିମାନା ପରିମାଣ ପାଞ୍ଚ ଶହକୁ ବଢ଼ିବ।

ଆହୁରି ପଢ଼ନ୍ତୁ

ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି, ସର୍ବସାଧାରଣ ଜାଗାରେ ଛେପ ପକାଇଲେ ବ୍ଲକ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ପୁଲିସ୍‌ ଏଏସ୍ଆଇ ଓ ମ୍ୟୁନିସପାଲିଟି ୱାର୍ଡ ଅଫିସର ଫାଇନ୍ କରିବେ। ଏହି ନିୟମ ସାରା ରାଜ୍ୟରେ ଲାଗୁ କରାଯିବ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ ସୁସ୍ଥ ହୋଇଛନ୍ତି ଓ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି।

[ad_2]
Show More
Back to top button