ଇସଲାମାବାଦ: ଦିଲ୍ଲୀରେ ପାକିସ୍ତାନର ପୋଲ୍ ଖୋଲିବା ପରେ ପ୍ରତିଶୋଧ ନେବାକୁ ଯାଇ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ଦୂତାବାସର ଦୁଇ ଅଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଗିରଫ କରାଯାଇଛି। ପାକିସ୍ତାନର ଗୁଇନ୍ଦା ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ବେଳେ ପାକିସ୍ତାନ ଦୂତାବାସର ଦୁଇ ଅଧିକାରୀ ଦିଲ୍ଲୀରେ ଧରାପଡ଼ିଥିଲେ। ଏବେ ଆଇଏସଆଇ ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ଅଧିକାରୀଙ୍କୁ ଫସାଇ ଗିରଫ କରିଥିବା ସୂଚନା ରହିଛି।
ଭାରତୀୟ ଦୂତାବାସର ଦୁଇ ଅଧିକାରୀ ନିଖୋଜ ହେବା ପରେ ପାକିସ୍ତାନ ମିଡିଆର ରିପୋର୍ଟ ଅନୁଯାୟୀ ଏହି ଦୁଇ ଅଧିକାରୀଙ୍କୁ ହିଟ୍ ଆଣ୍ଡ ରନ୍ ମାମଲାରେ ଗିରଫ କରାଯାଇଛି। ଏହାପରେ ପାକିସ୍ତାନ ସରକାର ଦୁଇ ଭାରତୀୟ ଦୂତାବାସ ଅଧିକାରୀଙ୍କୁ କାର ସହିତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବାକୁ ଭାରତ ଦାବି କରିଛି।
Pak asked to ensure return of two Indian officials along with official car to Indian High Commission in Islamabad immediately: Sources
— Press Trust of India (@PTI_News) June 15, 2020
ଆହୁରି ପଢ଼ନ୍ତୁ
ପାକିସ୍ତାନର ଜିଓ ଟିଭିର ରିପୋର୍ଟ ଅନୁଯାୟୀ, ଦୂତାବାସ ବାହାରେ ଦୁଇ ଅଧିକାରୀ ବିଏମଡବ୍ଲ୍ୟୁ କାରରେ ଯାଉଥିଲେ। ଏହି ସମୟରେ ରାସ୍ତାରେ ଜଣେ ପାକିସ୍ତାନ ନାଗରିକ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ପରେ ଦୁଇ ଅଧିକାରୀ ଫେରାର ହେବାକୁ ଚେଷ୍ଟା କରୁଥବା ବେଳେ ପୁଲିସ ଗିରଫ କରିଛି।
ତେବେ ଦୂତାବାସ ନିୟମ ଅନୁଯାୟୀ କୌଣସି ଦେଶ ଅନ୍ୟ ଦେଶର କୂଟନୀତିଜ୍ଞଙ୍କୁ ଗିରଫ କରିପାରିବ ନାହିଁ। ସେହିପରି ଗିରଫ ପୂର୍ବରୁ ପ୍ରଥମେ ଦୂତାବାସଙ୍କୁ ସୂଚନା ଦେବାକୁ ହେବ। ହେଲେ ଜିଓ ଟିଭିର ରିପୋର୍ଟ ଯଦି ସତ ହୁଏ ତା’ହେଲେ ପାକିସ୍ତାନ ଏଠାରେ ଦୂତାବାସ ନିୟମ ଉଲ୍ଲଘଂନ କରିଛି।
[ad_2]