ଅପରାଧନ୍ୟୁଜ୍ରାଜ୍ୟ

ପୋଲିସ ବ୍ୟାରେକ୍‌ରୁ ସ୍କୁଲ୍ ସଭାପତି ଚମ୍ପଟ ମାରିବା ଘଟଣା : ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ସତ୍ୟଶିଖା( ବଲାଙ୍ଗୀର )୧୮.୧୦ .୨୦୨୧:  ପୋଲିସ ବ୍ୟାରେକ୍‌ରୁ ସ୍କୁଲ୍ ସଭାପତି ଚମ୍ପଟ ମାରିବା ଘଟଣାରେ ଦାୟିତ୍ୱରେ ଥିବା ୩ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୩ଜଣଙ୍କୁ ସସ୍‌ପେଣ୍ଡ କଲେ ଏସ୍‌ପି । ସ୍କୁଲ୍ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିଛନ୍ତି । କାଲି ରାତିରୁ ଟିଟିଲାଗଡ଼ ପୋଲିସ ବ୍ୟାରେକ୍‌ରୁ ଚମ୍ପଟ ମାରିଛନ୍ତି ।

ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ ।  ତେବେ ସେ ଚମ୍ପଟ ମାରି କେଉଁ ଆଡ଼େ ଯାଇଛନ୍ତି ତାହା ଜଣାପଡ଼ିନାହିଁ । ବର୍ତ୍ତମାନ ଟିଟିଲାଗଡ଼ ପୋଲିସ୍ ଗୋବିନ୍ଦଙ୍କ ସନ୍ଧାନରେ ଲାଗି ପଡ଼ିଛନ୍ତି । ତେବେ ପୋଲିସ୍ ହେପାଜତରୁ ଫେରାର୍ ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Show More
Back to top button