ରାଜ୍ୟ

ଅଢେଇ ମାସ ପରେ ଆଜିଠୁ ଗଡ଼ିଲା ଟ୍ରେନ

ଭୁବନେଶ୍ୱର(ସତ୍ୟଶିଖା): ପ୍ରାୟ ଦୀର୍ଘ ଅଢେଇ ମାସ ପରେ ଆଜିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି। ଆଜି ଭୋର୍ ୫ଟା ୧୦ରୁ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ସ୍ପେଶାଲ ଟ୍ରେନ୍ । ଷ୍ଟେଶନ ଛାଡ଼ିବା ପୂର୍ବରୁ ଏହି ଟ୍ରେନ୍‌କୁ ସାନିଟାଇଜ କରାଯାଇଥିବା ବେଳେ ଏଥିରେ ସାମାଜିକ ଦୂରତା ଓ ସ୍ୱଚ୍ଛତା ଅବଲମ୍ବନକୁ ଗୁରୁତ୍ୱ ଦିଆଯାଇଛି।

ଏହାବ୍ୟତୀତ ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ ।

ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍‌ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ । ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ । ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଯିବା ଆସିବା କରିବ ।

ଆହୁରି ପଢ଼ନ୍ତୁ

ସ୍ପେଶାଲ ଟ୍ରେନ ପାଇଁ ଟିକେଟ୍ ରିଜର୍ଭେସନ କାଉଣ୍ଟର ଓ IRCTC ୱେବସାଇଟରୁ ମିଳିବ । କେବଳ କନ୍‌ଫର୍ମ  ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ରେଲେଓ୍ୱ ପକ୍ଷରୁ ସୂଚନା ମିଳିଛି  ।



[ad_2]

Show More
Back to top button