ରାଜ୍ୟ

ପୂର୍ବତନ ସରପଞ୍ଚଙ୍କୁ ଟେକିନେଲେ | Satyasikha

ରାଉରକେଲା/ବୀରମିତ୍ରପୁର (ପବନ ତିୱାରୀ/ରାକେଶ ସାହୁ): ଜଣେ ପୂର୍ବତନ ସରପଞ୍ଚଙ୍କୁ ଦୁର୍ବୃତ୍ତମାନେ ଘରୁ ଟେକି ନେଇ ବଟି ମାଗିବା ସହ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ କର୍କଟ ନାସା ପଞ୍ଚାୟତରେ ଘଟିଛି। ତାଙ୍କ ନାଁ ଅଗ୍ନେସିଅସ ହୋରୋ। ତାଙ୍କ ଘର ଜାମଧରାରେ। ସେ କର୍କଟନାଶା ପଞ୍ଚାୟତରେ ସରପଞ୍ଚ ଥିଲେ।

ଆହୁରି ପଢ଼ନ୍ତୁ

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ଆଠଟା ସମୟରେ ଚାରି ଜଣ ଦୁର୍ବୃତ୍ତ ଅଗ୍ନେସିଅସଙ୍କୁ ଘରୁ ଉଠାଇ ନେଇ ଝାଡ଼ଖଣ୍ଡ ସୀମାର ଥିବା ପଟପ ଗାଁକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ତିନି ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନାହିଁ ବୋଲି ସେ କହିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାସହ ତାଙ୍କୁ ଡରାଇବାକୁ ୧୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ପୁଲିସ୍‌କୁ ଏହି ବିଷୟରେ ଜଣାଇଲେ ଜୀବନରୁ ମାରିଦେବୁ ବୋଲି  ଧମକ ଦେଇଥିଲେ। ଏହାସହ ଟଙ୍କା ଯୋଗାଡ଼ କରି ରଖ, ଆମେ ପରେ ଆସି ନେବୁ ବୋଲି ଦୁର୍ବୃତ୍ତମାନେ ତାଙ୍କୁ କହିଥିଲେ।

ଏହାପରେ ଦୁର୍ବୃତ୍ତମାନେ ସେଠାରେ ତାଙ୍କୁ ଛାଡି ଦେଇ ଫେରାର ହୋଇ ଯାଇଥିଲେ। ଆଜି ଏନେଇ ପୂର୍ବତନ ସରପଞ୍ଚ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

[ad_2]
Show More
Back to top button