ରାଜ୍ୟଶିକ୍ଷା

ଆଜି ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ୍ ପିଜି ନାମଲେଖା

ସତ୍ୟଶିଖା (ଭୁବନେଶ୍ୱର) ୧୭/୧୨/୨୦୨୦ : ଗୁରୁବାର ପ୍ରକାଶ ପାଇବ ବିଭିନ୍ନ ପିଜି ବିଷୟରେ ନାମ ଲେଖା ପାଇଁ ଦ୍ୱିତୀୟ ମେରିଟ୍ ଲିଷ୍ଟ୍  । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ତର (ପିଜି)ରେ ନାମଲେଖା ପାଇଁ ଦ୍ୱିତୀୟ ଚୟନ ତାଲିକା ପ୍ରକାଶ ପାଇବ ।

ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ ଓ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମଲେଖା ଫି’ ଦାଖଲ କରିବେ । ଦ୍ୱିତୀୟ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିପାରିବେ । ଏତତ୍ ବ୍ୟତୀତ ୨୬ରେ ତୃତୀୟ ଶିକ୍ଷାନୁଷ୍ଠାନସ୍ତରୀୟ ଚୟନ ଚାଲିକା ପ୍ରକାଶ ପାଇବ । ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୮ ଓ ୨୯ ତାରିଖରେ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ ସହ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନର ନାମଲେଖା ଫି’ ଦାଖଲ କରିପାରିବେ ।

ତୃତୀୟ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିପାରିବେ । ୩୦ ତାରିଖରେ ପିଜି ନାମଲେଖା ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ । ସୂଚନାଯୋଗ୍ୟ, ରାଜ୍ୟର ୭୦ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମର ୧୪ ହଜାର ୪୦୧ ସିଟ୍‌ ପାଇଁ ପିଜି ଏକକ ନାମଲେଖା ପ୍ରକ୍ରିୟା ଚାଲିଛି ।

Show More
Back to top button