ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରକୁ ଗୁଳି ମାଡ଼

ଫୁଲବାଣୀ(ତ୍ରିନାଥ ସାହୁ): ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ି ଉପରକୁ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଗାଡ଼ିର ପଛ କାଚ ଭାଙ୍ଗିଯାଇଛି।

ଆହୁରି ପଢ଼ନ୍ତୁ

ଗତରାତିରେ ଦେବେନ୍ଦ୍ର ଟାଉନ୍ ଥାନା ଇରିଗେସନ୍ କଲୋନୀରେ ଥିବା ସମ୍ପର୍କୀୟଙ୍କ ଘରକୁ ନିଜେ ଗାଡ଼ି ଚଳାଇ ଯାଇଥିଲେ। ଗାଡ଼ି ପାର୍କିଂ କରି ସେ ଭିତରକୁ ପଳାଇଥିଲେ। ଏହାପରେ ତାଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ସେ ଆଜି ସକାଳୁ ଜାଣିବା ପରେ ଟାଉନ୍ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ସୁରାଗ ପାଇପାରି ନାହିଁ। 

[ad_2]
Exit mobile version