ଦେଶ

ପୂଜକଙ୍କ ଜଘନ୍ୟ ପାପ, ଆଶ୍ରମରେ ଦୁଇ ମହିଳାଙ୍କୁ ବନ୍ଦୀ କରି ବାରମ୍ବାର ଦୁଷ୍କର୍ମ

ଅମୃତରସ: ପଞ୍ଜାବର ଏକ ମନ୍ଦିରରେ ମୁଖ୍ୟ ପୂଜକ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ତାଙ୍କ ଆଶ୍ରମରେ ଦୁଇ ଜଣ ମହିଳାଙ୍କୁ ବନ୍ଧକ ରଖି ଦୀର୍ଘ ଦିନ ଧରି ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ପୂଜକ ମହନ୍ତ ଗିରିଧାରୀ ନାଥ ଅମୃତସରର ରାମତୀର୍ଥ କମ୍ଲେକ୍ସରେ ଥିବା ଗୁରୁ ଜ୍ଞାନ ନାଥ ଆଶ୍ରମ ବାଲ୍ମିକି ତୀର୍ଥ ମନ୍ଦିରରେ ମୁଖ୍ୟ ପୂଜକ ଭାବେ କାର୍ଯ୍ୟ କରୁଥିଲେ।

ଆହୁରି ପଢ଼ନ୍ତୁ

ଦୁଇ ମହିଳାଙ୍କୁ ମହନ୍ତ ଗିରିଧାରୀ ବନ୍ଦୀ ରଖି ବାରମ୍ବାର ଦୁଷ୍କର୍ମ କରୁଥିଲେ ହେଁ ସେମାନେ ଏହି ନିର୍ଯାତନା ସମ୍ପର୍କରେ ମୁହଁ ଖୋଲୁ ନଥିଲେ। ହେଲେ ନିର୍ଯାତନା ବଢ଼ିବାରୁ ସେମାନେ ଆଶ୍ରମରେ ଚାଲିଥିବା ଜଘନ୍ୟକାଣ୍ଡ ବିଷୟରେ ପଞ୍ଜାବ ଅନୁସୂଚିତ ଜାତିର କମିଶନର ତରସେମ ସିଂହଙ୍କୁ ଚିଠି ଲେଖିଥିଲେ।

ଏହାପରେ ଲୋପୋକେ ପୁଲିସ୍‌ ଆଶ୍ରମ ପରିସର ଓ ମନ୍ଦିରରେ ଚଢ଼ଉ କରିଥିଲା। ଏହି ସମୟରେ ଦୁଇ ମହିଳାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ମହନ୍ତ ଓ ତାଙ୍କ ସହଯୋଗୀ ବରୀନ୍ଦର ନାଥକୁ ଗିରଫ କରିଥିଲା। ତେବେ ମହନ୍ତଙ୍କ ଆଉ ଦୁଇ ସହଯୋଗୀ ସେଠାରୁ ଖସି ଚାଲିଯିବାକୁ ସକ୍ଷମ ହୋଇଛନ୍ତି।

[ad_2]
Show More
Back to top button