ପୁଲିଜର ପୁରସ୍କାର ଜିତିଲେ ୩ କଶ୍ମୀର ଫଟୋଗ୍ରାଫର


ନୂଆଦିଲ୍ଲୀ: ଚଳିତ ବର୍ଷ ସମ୍ମାନଜନକ ପୁଲିଜର ପୁରସ୍କାର ଜିତିଥିବା ବ୍ୟକ୍ତବିଶେଷଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୩ ଜଣ ଫଟୋଗ୍ରାଫର ରହିଛନ୍ତି। କରୋନା ଭାଇରସ ପାଇଁ ଭିଡିଓ କନଫରେନ୍ସିଂ ଦ୍ୱାରା ଏହା ଘୋଷଣା କରାଯାଇଛି।
ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିବା ଓ ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯାଇଥିବାରୁ ଏଠାରେ ପ୍ରବଳ କଟକଣା ଲାଗିଛି। ଏହାକୁ ଖାତିର ନ କରି ଆସୋସିଏଟେଡ୍ ପ୍ରେସ(ଏପି)ରେ କାମ କରୁଥିବା ମୁକ୍ତାର ଖାନ, ୟାସିର ଦର ଓ ଚାନ୍ନି ଆନନ୍ଦ କାମ କରି ଚାଲିଥିଲେ। ସେମାନେ ଏମିତି କିଛି ଚମତ୍କାର ଫଟୋ ଉଠାଇଥିଲେ, ଯେଉଁଥି ପାଇଁ ସେମାନଙ୍କୁ ପୁଲିଜର ପୁରସ୍କାର ପାଇଁ ଯୋଗ୍ୟ ବିବେଚନା କରାଯାଇଛି।
ଆହୁରି ପଢ଼ନ୍ତୁ
ଆମେରିକା ଜର୍ଣ୍ଣାଲିଜିମରେ ପୁଲିଜର ସମ୍ମାନ ବେଶ ମହତ୍ତ୍ୱପୂର୍ଣ୍ଣ। ୧୯୧୭ ମସିହାରୁ ଏହା ପ୍ରତିବର୍ଷ ବିଶ୍ୱର ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ଦିଆଯାଉଛି। କଟକଣା ଯୋଗୁ ଜମ୍ମୁ-କଶ୍ମୀରରର ଲୋକମାନେ କେମିତି ଜୀବନ ବିତାଉଛନ୍ତି, ତା’ର ଶକ୍ତିଶାଳୀ ଛବି ଏହି ୩ ଫଟୋଗ୍ରାଫର କ୍ୟାମେରାରେ କଏଦ କରିଥିଲେ। ଏହାକୁ ପୁରସ୍କାର ଦେଉଥିବା ସଂସ୍କା ଜୀବନର ଶକ୍ତିଶାଳୀ ଛବି ବୋଲି ଆଖ୍ୟା ଦେଇଛି।
ଅନ୍ୟପକ୍ଷରେ ପୁଲିଜର ପୁରସ୍କାର ପ୍ରଦାନ କରୁଥିବା ବୋର୍ଡ କଶ୍ମୀର ଉପରେ ଭାରତ ଆଇଗତ ଅଧିକାରୀକୁ ନେଇ ପ୍ରଶ୍ନ ଉଠାଇଛି। କଶ୍ମୀର ଉପରେ ଭାରତର କୌଣସି ବୈଧ ଭାବେ ଅଧିକାର ନାହିଁ। ଏହା ଏକ ବିବାଦୀୟ ଅଞ୍ଚଳ। ଏହାର ସ୍ୱାଧୀନତାକୁ ରଦ୍ଦ କରାଯାଇଛି।
ଉପତ୍ୟାକରୁ ଯୋଗାଯୋଗ ବ୍ଲାକଆଉଟ କରି ଏପରି ବ୍ୟବସ୍ଥା ଆପଣା ଯାଇଛି। ଏସବୁ ଭିତରେ ବି ୩ ଫଟୋଗ୍ରାଫର କଶ୍ମୀରରେ ଫଟୋ ଉଠାଇ ସତ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।