ପୁରୀର ପୂର୍ବତନ ଆର୍‌ଆଇଙ୍କ ଘରେ ଭିଜିଲାନ୍ସର ଅତର୍କିତ ଚଢାଉ

ସତ୍ୟଶିଖା (ପୁରୀ) ୨୯/୦୧/୨୦୧୧ : ପୁରୀର ପୂର୍ବତନ ଆର୍‌ଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ । ବେଆଇନ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ଚଢ଼ାଉ କରିଛି । ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଫ୍ରେଣ୍ଡସ କ୍ଲବରେ ୨ଟା ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, ପୁରୀରେ ଦୁଇଟି ସରକାରୀ କାର୍ଯ୍ୟାଳୟ ଏବଂ କେନ୍ଦ୍ରାପଡାର ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି । ଜମି କିଣାବିକାରେ ସଂପୃକ୍ତି, ମୂଲ୍ୟବାନ ଜମିର ବେଆଇନ ଭାବେ କିଶମ ପରିବର୍ତ୍ତନ, ଜମି ଅଦଳବଦଳ ଆଦି ଅନେକ ବେଆଇନ କାର୍ଯ୍ୟ ନେଇ ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଚଢ଼ାଉ କରିଛି ।

Exit mobile version