ପୁରୀରେ ପହଞ୍ଚିଲା ୨ କ୍ୱିଣ୍ଟାଲ୍‌ ୫୨ କେଜି ବାସୁଙ୍ଗା ପାଟ

ପୁରୀ(ସତ୍ୟଶିଖା): ଆସନ୍ତା ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣମୀ ପଡ଼ୁଛି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଅଣସର ନୀତି ପାଇଁ ଲାଗୁଥିବା ମୋଟ୍‌ ୨ କ୍ୱିଣ୍ଟାଲ୍‌ ୫୨ କେଜି ବାସୁଙ୍ଗା ପାଟ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। କଟକ ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏହି ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି।

ଆହୁରି ପଢ଼ନ୍ତୁ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟଠାରୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ବରାଦ ଦିଆଯାଇଥିଲା। ପୂର୍ବରୁ ଏହି ପାଟର ସାମ୍ପୁଲ୍‌ ଚିହ୍ନଟ ଲାଗି ବାଡଗ୍ରାହୀ ସେବକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସଂପୃକ୍ତ ପାଟର ମାନ ଅନୁଧ୍ୟାନ କରିବା ପରେ ପ୍ରଶାସନ କିଣିବା ଲାଗି ବରାଦ ଦେଇଥିଲା। ଏହି ବାସୁଙ୍ଗା ପାଟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା କରାଯିବ। ଓ ଅଣସର ସମୟରେ ଏହି ପାଟ ଵ୍ୟବହାର କରାଯିବ।

ଚଳିତ ବର୍ଷ ଘଣାଲାଗିରେ ଶ୍ରୀ ବଳଭଦ୍ରଙ୍କର ଶ୍ରୀ ଅଙ୍ଗ ସୁରକ୍ଷା ଦିଆଯିବ। ଏହାସହ ସମସ୍ତ ଠାକୁରଙ୍କର ମଧ୍ୟ ସେବା କରାଯିବ। ଏହା ଅତ୍ୟନ୍ତନ୍ତ ଗୁପ୍ତ ସେବାବୋଲି ଦଇତାପତି ସେବକ କହିଛନ୍ତି।

[ad_2]
Exit mobile version