ପୁରୀରେ କୋହଳ ହେଲା ଶଟ୍‌ଡାଉନ୍ କଟକଣା‌

ପୁରୀ(ସତ୍ୟଶିଖା): ଆଜିଠୁ ରାଜ୍ୟର ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ ଜିଲ୍ଲାରେ ଶଟଡାଉନ୍‌ ଘୋଷଣା କରାଯାଇଛି। ଏହି ୧୧ଟି ଜିଲ୍ଲା ମଧ୍ୟରେ ପୁରୀ ଆସୁଥିଲେ ମଧ୍ୟ  ପୁରୀ ପୌରପାଳିକାରେ ଆଜି ଦିନକ ପାଇଁ କୋହଳ ହୋଇଛି  ଶଟ୍‌ଡାଉନ୍ କଟକଣା । ସ୍ନାନପୂର୍ଣ୍ଣିମା ପାଇଁ ଗତ ଦୁଇ ଦିନ ଧରି ପୁରୀରେ ୧୪୪ ଧାରା ଲାଗି ରହିଥିଲା । ତେଣୁ ଏହା ପରେ ପରେ ଶଟଡାଉନ୍‌ କଟକଣା ଆରମ୍ଭ ହୋଇଯାଉଥିବାରୁ ଏହାକୁ ଦିନକ ପାଇଁ କୋହଳ କରାଯାଇଛି। ହେଲେ ଆସନ୍ତାକାଲି ପୁରୀରେ ଶଟଡାଉନ୍‌ କଟକଣା କଡ଼ାକଡ଼ି ଭାବେ ଲାଗୁ ରହିବ ।

ଆହୁରି ପଢ଼ନ୍ତୁ

ଆଜି ନିୟମ କୋହଳ କରାଯାଇଥିବାରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରିବେ। ସନ୍ଧ୍ୟା  ୭ଟା ଯାଏ ଘରୁ ବାହାରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

[ad_2]
Exit mobile version