ପୁଣି ୯ଟି ଜିଲ୍ଲାକୁ ଲକ୍ଡାଉନ୍ ଘୋଷଣା କଲେ ରାଜ୍ୟ ସରକାର


ଭୁବନେଶ୍ୱର(ସତ୍ୟଶିଖା): ଲକ୍ ଡାଉନ୍ ସଂପ୍ରସାରଣ କଲେ ରାଜ୍ୟ ସରକାର। ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ଲକ୍ ଡାଉନ୍ ସଂପ୍ରସାରଣ ହୋଇଛି। ଲକ୍ଡାଉନ୍ ଘୋଷଣା ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା। ପୂର୍ବରୁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୋଳ ଜିଲ୍ଲା ଲକ୍ଡାଉନ୍ ଘୋଷଣା ହୋଇଥିଲା।
ଆହୁରି ପଢ଼ନ୍ତୁ
ଏହି ନିଷ୍ପତ୍ତି ଅନୁଯାୟୀ ହସ୍ପିଟାଲ, ବ୍ୟାଙ୍କ, ATM, ପୌର ସେବା, ପୁଲିସ, ଅଗ୍ନିଶମ, ଓଡ୍ରାଫ୍, ପାନୀୟ ଜଳ, ବିଦ୍ୟୁତ ସେବା ଜାରି ରହିବ। କେବଳ ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ଲକ୍ଡାଉନ୍ ନିୟମକୁ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ତେବେ ଲକ୍ଡାଉନ୍ ସତ୍ତ୍ୱେ ଲୋକମାନେ ଖୋଲମ୍ଖୋଲା ବୁଲୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ଗାଇଡ୍ଲାଇନ୍କୁ ଠିକ୍ ଭାବେ ପାଳନ ହେଉନାହିଁ। ଏନେଇ ଖବର ପାଇବା ପରେ ରାଜ୍ୟ ସରକାର ଅଧିକ ତତ୍ପର ହୋଇଛନ୍ତି। କରୋନା ସମ୍ପର୍କିତ କଟକଣା ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। କଟକଣା ଜାଣିଶୁଣି ଭାଙ୍ଗିଲେ ସେକ୍ସନ ୧୮୮ ଓ ୨୬୯ IPC ଅନୁସାରେ ମାମଲା ହେବ। ସେକ୍ସନ ୨୬୯ IPC ଅନୁସାରେ ସର୍ବନିମ୍ନ ୬ ମାସ ଜେଲ ଓ ଜୋରିମାନା ହେବ। ସଂକ୍ରମଣ ବଢ଼ାଇବାରେ ସହଯୋଗ ଅଭିଯୋଗରେ ସେକ୍ସନ ୨୭୦ IPC ଲାଗୁ। ୨୭୦ IPC ଅନୁସାରେ ସର୍ବାଧିକ ୨ ବର୍ଷ ଜେଲ ଏବଂ ଜୋରିମାନା ହେବ। କ୍ୱାରେଣ୍ଟାଇନ ନିୟମ ନମାନିଲେ ସେକ୍ସନ ୨୭୧ IPC ଅନୁସାରେ ମାମଲା ହେବ। ଏଥିରେ ୬ ମାସ ଜେଲ୍, ଜୋରିମାନା ଓ ଆବଶ୍ୟକ ସ୍ଥଳେ ଉଭୟ ଦଣ୍ଡ ଲାଗୁ ହେବ।