ପୁଣି ୧୫୩ ‘କରୋନା’ ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ


ଭୁବନେଶ୍ୱର(ସତ୍ୟଶିଖା): ମହାମାରୀ ‘କରୋନା’ରୁ ଆଜି ପୁଣି ୧୫୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୨୦୦ ଜଣ ସୁସ୍ଥ ହୋଇଛନ୍ତି।
ଆଜି ସୁସ୍ଥ ହୋଇଥିବା ୧୫୩ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ କଟକରୁ ସର୍ବାଧିକ ୪୩ ଜଣ ଅଛନ୍ତି। ସେହିପରି ଜଗତସିଂହପୁରରୁ ୨୧, କନ୍ଧମାଳରୁ ୧୮, ଖୋର୍ଦ୍ଧାରୁ ୧୨, ଭଦ୍ରକରୁ ୧୧, ଗଜପତିରୁ ୯, କଳାହାଣ୍ଡିରୁ ୭; ବାଲେଶ୍ୱର, ଦେବଗଡ଼, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ; ବଲାଙ୍ଗିର, ଝାରସୁଗୁଡ଼ା ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ କୋରାପୁଟରୁ ଜଣେ ଅଛନ୍ତି।
ଆହୁରି ପଢ଼ନ୍ତୁ
Another 153 #COVID19 patients have recovered and are being discharged on 19.6.2020.
43 from Cuttack
21 from Jagatsinghpur
18 from Kandhamal
12 from Khurdha
11 from Bhadrak
9 from Gajapati
7 from Kalahandi5 each from Balasore, Debagarh, Ganjam, Mayurbhanj and Sundergarh
— H & FW Dept Odisha (@HFWOdisha) June 19, 2020
ଆଜି ସୁଦ୍ଧା ‘କରୋନା’ରେ ୪୬୭୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୪୭୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ୩ ଜଣ ‘କରୋନା’ରୁ ଆରୋଗ୍ୟ ଲାଭ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ଅଛନ୍ତି।
[ad_2]