ରାଜ୍ୟ

ପୁଣି ସୁସ୍ଥ ହେଲେ ୭୩ ‘କରୋନା’ ଆକ୍ରାନ୍ତ, ସେମାନେ କେଉଁ ଜିଲ୍ଲାରେ ପଢ଼ନ୍ତୁ

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୭୩ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହେଲେ। ସେମାନଙ୍କ ଭିତରେ ବୌଦ୍ଧରୁ ୨୮, ପୁରୀରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କଟକରୁ ୯, ଖୋର୍ଦ୍ଧାରୁ ୭, ମାଲକାନଗିରି ଓ ଅନୁଗୋଳରୁ ଦୁଇ ଜଣେ ଲେଖାଏଁ ଏବଂ ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୧୦୫୦ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହେଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଗଣମାଧ୍ୟମକୁ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ

ସୂଚନାରୁ ପ୍ରକାଶ, ଆଜି ସୁଦ୍ଧା ରାଜ୍ୟରେ ୧୮୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୭୬୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।



[ad_2]

Show More
Back to top button