ରାଜ୍ୟ
କରୋନା ସତର୍କତା: ଘରେ ବସି ଅର୍ଡର କରିହେବ ଅତ୍ୟାବଶ୍ୟକ ସାମଗ୍ରୀ


ଭୁବନେଶ୍ୱର(ସତ୍ୟଶିଖା): ଲକ୍ଡାଉନ୍ ବେଳେ ରାଜଧାନୀବାସୀଙ୍କୁ ହୋମ ଡେଲିଭରି ମାଧ୍ୟମରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ। ଏନେଇ ବିଏମସି ପକ୍ଷରୁ ଭୁବନେଶ୍ୱରର ୨୮ଟି ମଲ ଓ ଷ୍ଟୋରକୁ ତାଲିକାଭୁକ୍ତ କରାଯାଇଛି।
ଆହୁରି ପଢ଼ନ୍ତୁ
ଏହିସବୁ ମଲ ପକ୍ଷରୁ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରି ମାଧ୍ୟମରେ ଲୋକେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ। ବିଏମସି ପକ୍ଷରୁ ମଲ ନାମ ସହ ଏହାର ଠିକଣା ଓ ମ୍ୟାନେଜରଙ୍କ ନମ୍ବର ସହ ପୂରା ତାଲିକା ପ୍ରକାଶ ପାଇଛି। ଦିଆଯାଇଥିବା ହ୍ୱାଟସ୍ ଅପ ନମ୍ବରରେ ଗ୍ରାହକମାନେ ସାମଗ୍ରୀ ଓ ପରିମାଣ ଅର୍ଡର କରିପାରିବେ। ଜିନିଷ ପହଞ୍ଚିଲା ପରେ ଗ୍ରାହକ ପେମେଣ୍ଟ କରି ପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।