ପୁଣି ଥରିଲା ଆଫଗାନିସ୍ତାନ, ଆତ୍ମଘାତୀ ଆକ୍ରମଣରେ ୯ ସୁରକ୍ଷାକର୍ମୀ ମୃତ

କାବୁଲ: ଆଫଗାନିସ୍ତାରେ ପୁଣି ତାଲିବାନ ଆକ୍ରମଣ କରିଛନ୍ତି। ସପ୍ତାହେ ହେବ ନିରବ ରହିବା ପରେ ପୁଣିଥରେ ଆଫଗାନିସ୍ତାନର ଘାଞ୍ଜି ଅଞ୍ଚଳରେ ତାଲିବାନ୍ ଆଜି ଆତ୍ମଘାତୀ ଆକ୍ରମଣ କରିଛନ୍ତି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ମାନେ ସମସ୍ତେ ସୁରକ୍ଷାକର୍ମୀ।

ଏବେ ରମଜାନ ମାସ ଚାଲିଛି। ଘାଞ୍ଜି ନିକଟରେ ଇସଲାମିକ ଧର୍ମସ୍ଥଳୀ ରହିଛି। ଏହାର ଫାଇଦା ନେଇ ଆଜି ସକାଳେ ତାଲିବାନୀ ଆତଙ୍କବାଦୀ ଧର୍ମସ୍ଥଳୀ ନିକଟରେ ଆତ୍ମଘାତୀ ଟ୍ରକ ଜରିଆରେ ବିସ୍ଫୋରଣ କରିଛନ୍ତି ବୋଲି ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ତାରିକ୍ ଆରିଆନ୍ କହିଛନ୍ତି। ଏହି ଇସଲାମିକ ଧର୍ମସ୍ଥଳୀ ନିକଟରେ ରହିଛି ମିଲିଟାରୀ କ୍ୟାମ୍ପ।

ଆହୁରି ପଢ଼ନ୍ତୁ

ଏହି ଆତ୍ମଘାତୀ ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ ମଧ୍ୟ କରିଛି। ମୋଟ୍ ୧୦ ଜଣ ସୁରକ୍ଷାକର୍ମୀ ମୃତ୍ୟୁ ବରଣ କରିଥିବା ତାଲିବାନ କହିଛି। ଏମିତିକି ଅନେକ ମିଲିଟାରୀ ଗାଡ଼ି ଧ୍ୱସଂ ହୋଇଥିବା ତାଲିବାନ କହିଛି।

ନିକଟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି ତାଲିବାନଙ୍କ ବିରୋଧରେ ସର୍ଚ୍ଚ ଅପରେସନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁରକ୍ଷାକର୍ମୀଙ୍କୁ। ଏହାର ଜବାବ ଦେବାକୁ ଯାଇ ତାଲିବାନ ଏଭଳି ଆକ୍ରମଣ କରିଛି ବୋଲି କହିଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ କାବୁଲର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ୫୬ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରାଷ୍ଟ୍ରପତି ଘାନି ତାଲିବାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।



[ad_2]

Exit mobile version