ସିନେମା

ପୁଣି ଚୀନ୍ ବିକୁଛି ମାଂସ, ତାତିଲେ ଏହି ଅଭିନେତା

ମୁମ୍ବାଇ: ସମଗ୍ର ବିଶ୍ୱ କରୋନା ଭୂତାଣୁକୁ ନେଇ ଚିନ୍ତିତ ଥିବାବେଳେ ଖଳ ପ୍ରକୃତି ଚୀନ ନିଜର ସ୍ୱାର୍ଥପରତା ଦେଖାଇଛି। ଚୀନର ଉହାନରୁ ବ୍ୟାପିଥିବା ଭୂତାଣୁ ସହ ଦୁନିଆ ଯୁଦ୍ଧ ଚଳାଇଥିବାବେଳେ ଚୀନରେ ବିକ୍ରି କରାଯାଉଛି ମାଂସ। ବାଦୁଡ଼ି, ପାଙ୍ଗୋଲିନ୍ ଏବଂ କୁକୁର ମାଂସ ବିକ୍ରି ହେଉଥିବା ବଜାର ପୁଣି ଖୋଲିଦେଇଛି ଚୀନ। ତେବେ ଏହି ଖବର ଜାଣିବା ପରେ ବଲିଉଡ୍ ଅଭିନେତା ଜାଭେଦ୍ ଜାଫେରୀ ନିଜର ଖୋଭ ପ୍ରକାଶ କରି ଏକ ଟ୍ୱିଟ୍ କରିଛନ୍ତି। ଜାଭେରୀଙ୍କ ଏହି ଟ୍ୱିଟ୍ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଚୀନରେ ବାଦୁଡ଼ି, ପାଙ୍ଗୋଲିନ୍ ଏବଂ କୁକୁର ମାଂସ ବିକ୍ରି ହେଉଥିବା ମାର୍କେଟର ଏକ ଫଟୋ ଶେୟାର କରି ଜାଭେଦ୍ ଲେଖିଛନ୍ତି, ଆମେ ବଦଳିଲୁ ନାହିଁ। ଏ ଲେଖା ସହ ସେ କ୍ରୋଧିତ ଇମୋଜି ମଧ୍ୟ ଶେୟାର କରିଛନ୍ତି।

ସୂଚନାନୁଯାୟୀ, ବାଦୁଡ଼ିଠାରୁ କରୋନା ଭୂତାଣୁ ଆସିଥିବା ନେଇ କିଛି ବୈଜ୍ଞାନିକ ଦାବି କରୁଥିଲେ। ଏପରି କି ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି ଯେ, ଚୀନର ହୁବେଇରେ ରହୁଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତି ସର୍ବ ପ୍ରଥମେ ଏପରି କଞ୍ଚା ମାଂସ ମାର୍କେଟରେ ହିଁ କରୋନା ଭୁତାଣୁ ସଂକ୍ରମଣରେ ଆସିଥିଲେ।

ଚୀନ୍‌ର ଉହାନରେ ଥିବା ହୁଆନ୍ ସାମୁଦ୍ରିକ ଖାଦ୍ୟ ବଜାରକୁ କରୋନୋ ଭୂତାଣୁର କେନ୍ଦ୍ର ଭାବରେ ବିବେଚନା କରାଯାଏ। ଏହି କରୋନା ଭୂତାଣୁ ଏବେ ବିଶ୍ୱ ମହାମାରୀ ଭାବେ ଦୁନିଆକୁ କନ୍ଦାଉଥିବା ବେଳେ ଚୀନ ପୁଣି ମାଂସ ବିକ୍ରି ଆରମ୍ଭ କରିଦେଇଛି।



[ad_2]

Show More
Back to top button