ଦେଶ

ପୁଣି ଉପକୂଳ ରାଜ୍ୟକୁ ଆଲର୍ଟ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆରବ ସାଗରରେ ଲଘୁଚାପ ଅନୁଭୂତ ହେବାକୁ ଯାଉଛି। ଏହାଦ୍ୱାରା ଉପକୂଳବର୍ତ୍ତୀ ରାଜ୍ୟରେ ଝଡ଼ ତୋଫାନ୍ ହେବ। ଜୁନ୍ ୩ ସୁଦ୍ଧା ଝଡ଼ ତୋଫାନ ହେବ ବୋଲି ଆଶା କରାଯାଉଛି। ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିପାଇଁ ଉପକୂଳ ରାଜ୍ୟକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଏହାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ପାଣିପାଗ ବିଭାଗ କହିଛି, ଆରବ ସାଗରରେ ଦୁଇଟି ଝଡ଼ ସୃଷ୍ଟି ହେଉଛି। ଏଥିମଧ୍ୟରୁ ଗୋଟିଏ ଆଫ୍ରିକୀୟ ଉପକୂଳରୁ ଓମାନ ଏବଂ ୟେମେନ ଆଡକୁ ଗତି କରିବ ଏବଂ ଅନ୍ୟଟି ଭାରତ ନିକଟରେ ପ୍ରସ୍ତୁତ ହେଉଛି।

ଆହୁରି ପଢ଼ନ୍ତୁ

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆରବ ସାଗରର ଦକ୍ଷିଣ-ପୂର୍ବ-ମଧ୍ୟଅଞ୍ଚଳରେ ଲଘୁଚାପ ଘନିଭୂତ ହେବାକୁ ଯାଉଛି। ଉତ୍ତର-ପଶ୍ଚିମ ଦିଗ ମୁହାଁ ହୋଇଥିବା ଏହି ଲଘୁଚାପ ପ୍ରଭାବରେ ଜୁନ୍୨ ସୁଦ୍ଧା ଗୁଜୁରାଟ ଏବଂ ଉତ୍ତର ମହାରାଷ୍ଟ୍ର ଉପକୂଳରେ ପ୍ରବଳ ବର୍ଷିବ।

ଅନ୍ୟପଟେ ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟ ହୋଇଛି। ଫଳରେ ଓଡ଼ିଶାରେ ଆଉ ୪ ଦିନ ଯାଏ ବର୍ଷା ସହ କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏଥିପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ଦେବଗଡ଼। ଏହାସହ ବିଭିନ୍ନ ସ୍ଥାନରେ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା କରାଯାଇଛି।

[ad_2]
Show More
Back to top button