ନ୍ୟୁଜ୍ମନୋରଞ୍ଜନସିନେମା

ସଲମାନ ଖାନଙ୍କ ‘ରାଧେ’ ଫିଲ୍ମର ରିଲିଜ ତାରିଖ, ଜାଣନ୍ତୁ କେବେ ?

ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୧୦/୨୦୨୦ : ବଲିଉଡ ଦବଙ୍ଗ ସଲମାନ ଖାନ ଫିଲ୍ମ ‘ରାଧେ’ର ସୁଟିଂ ଶେଷ କରିଛନ୍ତି । ସଲମାନଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଫିଲ୍ମର ଏକ ଭିଡ଼ିଓ ପୋଷ୍ଟ କରି ସୁଟିଂ ଶେଷ ହୋଇଥିବା ସୂଚନା ଦିଆଯାଇ ଥିଲା । ଏବେ ଏହାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତେବେ ଏ​ବେ ଫିଲ୍ମର ରିଲିଜ ପାଇଁ ପ୍ରସ୍ତୁତି ଚାଲିଛି ।ସୂତ୍ର ଅନୁସାରେ ରାଧେ ଆସନ୍ତବର୍ଷ ଇଦ୍‌ରେ ରିଲିଜ ହେବ । ଅର୍ଥାତ ମେ ୧୨ରେ ଏହା ମୁକ୍ତିଲାଭ କରିବ । ଫିଲ୍ମର ରିଲିଜ ତାରିଖକୁ ନେଇ ମିଟିଂ ହୋଇଥିଲା । ଯେଉଁଥିରେ ପ୍ରଭୁଦେବା, ସୋହେଲ ଖାନ ଓ ସଲମାନ ଖାନ ଉପସ୍ଥିତ ଥିଲେ । ପୂର୍ବରୁ ଏହାକୁ ଆସନ୍ତାବର୍ଷ ଗଣତନ୍ତ୍ର ଦିବସରେ ରିଲିଜ କରିବା ଆଲୋଚନା ହେଉ ଥିଲା । ମାତ୍ର କରୋନା ଯୋଗୁ ଲୋକେ ହଲକୁ କମ୍ ଆସୁଛନ୍ତି ଏହାକୁ ଦୃଷ୍ଟିରେ ରଖି ଏହି ବଡ଼ ବଜେଟ୍ ଫିଲ୍କକୁ ଇଦ୍‌ରେ ରିଲିଜ କରିବା ଉପ​ରେ ସମସ୍ତଙ୍କ ସହମତି ପ୍ରକାଶ ପାଇଲା ।ଫିଲ୍ମର ଆକ୍ସନ ସିକୁଏନ୍ସକୁ ସାଉଥ କୋରିଆର ଲୋକପ୍ରିୟ ଷ୍ଟଣ୍ଟମ୍ୟାନ କ୍ବାନ ତାଏ ହୋ ନେ ଡିଜାଇନ କରିଛନ୍ତି । ସେ ରଣଦୀପ ହୁଡା ଓ ସଲମାନଙ୍କ ମଧ୍ୟରେ ଫାଇଟ୍ ସିନକୁ ଡିଜାଇନ କରିଛନ୍ତି । ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦିଶା ପଟାନି, ଜ୍ୟାକି ଶ୍ରଫ ଓ ରଣଦୀପ ହୁଡ୍ଡା ମୁଖ୍ୟ ଭୂମିକାରେ ନଜର ଆସିବେ ।

Show More
Back to top button