ରାଜ୍ୟ

ପୁଅ ଉପରକୁ ବାପା ପିଙ୍ଗିଲା ଏସିଡ୍‌

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାର ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ କେନ୍ଦ୍ର କରି ପୁଅ ଉପରେ ବାପା ଏସିଡ ପକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏସିଡ ମାଡ଼ରେ ପୁଅର ଡାହାଣ ଆଖି, କାନ୍ଧ,ଛାତି ଏବଂ ପିଠିର କିଛି ଅଂଶ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ପୁଅ ଅରକ୍ଷିତ ନାୟକଙ୍କୁ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ

ଅରକ୍ଷିତଙ୍କ କହିବା ଅନୁସାରେ, ଗତକାଲି ରାସନ ସାମଗ୍ରୀ ଆଣିବା ପାଇଁ ସେ କଇଁଝର ଗାଁକୁ ଯାଇଥିଲେ। ପଞ୍ଚାୟତରୁ ରାସନ ସାମଗ୍ରୀ ଆଣି ଘରେ ରଖିବା ପରେ ବାପାଙ୍କ ସହିତ କିଛି ପାରିବାରିକ କଥାକୁ ନେଇ ଆଲୋଚନା କରିଥିଲେ। ପରେ ବାପା ରାଗି ଯାଇ ପାଟିକରି ଥିଲେ।

ଏହାଶୁଣି ଭାଇମାନେ ଆସି ବଳ ପୂର୍ବକ ତାଙ୍କୁ ଧରିଥିବା ବେଳେ ବାପା ତାଙ୍କ ଉପରେ ଏସିଡ୍‌ ପକାଇ ଦେଇଥିବା ଅରିକ୍ଷିତ ଅଭିଯୋଗ କରିଛନ୍ତି । ତା’ ପରେ ସେ ସେଠାରୁ ପ୍ରାଣ ବିକଳରେ ଦୌଡି ପଳାଇଥିଲେ। ପରେ ଗ୍ରାମବାସୀ ଆମ୍ବୁଲାନ୍ସ ଡକାଇ  ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିବା ଅରିକ୍ଷିତ କହିଛନ୍ତି l ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନାହିଁ l

[ad_2]
Show More
Back to top button