ରାଜ୍ୟ

ପୁଅର ତଣ୍ଟି ଚିପି ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ଭୁବନେଶ୍ୱର(ସତ୍ୟଶିଖା): ରାଜଧାନୀ ଭୁବନେଶ୍ୱରରୁ ଆସିଛି ଥାତିଥରା ଦୃଶ୍ୟ। ୫ ବର୍ଷୀୟ ପୁଅର ତଣ୍ଟି ଚିପି ହତ୍ୟା କଲା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ମହିଳା। ଖଣ୍ଡଗିରି ଥାନା କୋଳଥିଆରେ ଅଞ୍ଚଳରେ ଏପରି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ଅଭିଯୋଗ ଅନୁସାରେ, ଆଜି ମହିଳା ଜଣକ ୫ ବର୍ଷର ଶିଶୁର ଚଣ୍ଟି ଚିପି ହତ୍ୟା କରଥିଲେ! ପରେ ନିଜ ବେକରେ ଲୁଗା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ପଡ଼ୋଶୀମାନେ ଜାଣିପାରି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍‌ସରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତେବେ ମହିଳା ଜଣକ କାହିଁକି ଏପରି କାଣ୍ଡ ଭିଆଇଛନ୍ତି, ତାହା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]
Show More
Back to top button