ରାଜନୀତି

ପଶ୍ଚିମ ଓଡ଼ିଶାର ଦାଦନ ଶ୍ରମିକଙ୍କ ଘରବାହୁଡ଼ା ପାଇଁ ଅନୁମତି ଦିଅନ୍ତୁ ସରକାର : ବିରୋଧୀ ଦଳ ନେତା

ଭୁବନେଶ୍ୱର(ସତ୍ୟଶିଖା): ପଶ୍ଚିମଓଡ଼ିଶାର ପ୍ରାୟ ସାଢ଼େ ୪ଲକ୍ଷ ଦାଦନ ଶ୍ରମିକ ଏବେ ବାହାର ରାଜ୍ୟରେ ଅଟକି ରହିଛନ୍ତି। ଦୁଃଖଦୁର୍ଦ୍ଦଶା ମଧ୍ୟରେ ଥିବା ଏହି ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ଚାହୁଁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ନଥିବାରୁ ସେମାନେ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ଏପରିକି ନିଜ ଖର୍ଚ୍ଚରେ ଘରକୁ ଫେରିବାକୁ ମଧ୍ୟ ସେମାନଙ୍କୁ ଅନୁମତି ମିଳୁନି। ତେଣୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି ଜଣାଇଛନ୍ତି।

ଶ୍ରୀ ନାଏକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ପଶ୍ଚିମଓଡ଼ିଶା ବିଶେଷକରି କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା,ନବରଙ୍ଗପୁର ଏବଂ ବରଗଡ଼ ଜିଲ୍ଲାର ପଦ୍ମପୁର ସବଡିଭିଜନର ଦାଦନ ଶ୍ରମିକ ଦକ୍ଷିଣ ଭାରତବର୍ଷର ବିଭିନ୍ନ ସ୍ଥାନକୁ ଯାଇ ଇଟାଭାଟି ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଲକଡାଉନ୍ ଯୋଗୁ ଏବେ ଏହି ଅଂଚଳରୁ ପ୍ରାୟ ସାଢ଼େ ୪ ଲକ୍ଷ ପ୍ରବାସୀ ଶ୍ରମିକ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ନଥିବା ଯୋଗୁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୁଜୁରାଟ, କର୍ଣ୍ଣାଟକ ଆଦି ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନ ନିଜ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରି ପାରୁନାହାନ୍ତି। ଏପରିକି ମହାରାଷ୍ଟ୍ର, ଗୁଜୁରାଟ ରାଜ୍ୟରୁ ନିଜ ନିଜ ବ୍ୟବସ୍ଥାରେ ଫେରିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ପ୍ରଦାନ କରାଯାଉନାହିଁ । ନିଜ ନିଜ ବ୍ୟବସ୍ଥାରେ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକମାନଙ୍କୁ ତୁରନ୍ତ ଅନୁମତି ପ୍ରଦାନ କରାଇବାର ବ୍ୟବସ୍ଥା ସହ ଅନ୍ୟମାନଙ୍କୁ ରାଜ୍ୟ ସରକାର ମାଗଣାରେ ଫେରାଇ ଆଣିବାକୁ ବିରୋଧୀ ଦଳ ନେତା ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ

ଲକଡାଉନ୍ ଯୋଗୁ ରାଜ୍ୟ ବାହାରେ ଫସିଥିବା ଲୋକଙ୍କୁ ନିଜ ଘରକୁ ଫେରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏବେସୁଦ୍ଧା ୫୪ଟି ଟ୍ରେନ ଯୋଗେ ଗଂଜାମ,ଭଦ୍ରକ, ବାଲେଶ୍ୱର ଜିଲ୍ଲାର ପ୍ରବାସୀମାନେ ନିଜ ଘରକୁ ଫେରିଲେଣି। କେବଳ ଗଞ୍ଜାମ ଜିଲ୍ଲାକୁ ୩୦ଟି ଟ୍ରେନ ଆସିଥିବାବେଳେ ରାଜ୍ୟର ପଶ୍ଚିମାଂଚଳ ପ୍ରବାସୀମାନଙ୍କ ପାଇଁ ମାତ୍ର ୨ଟି ଟ୍ରେନ ବଲାଙ୍ଗିରକୁ ଆସିଛି। ତେଣୁ ପଶ୍ଚିମ ଓଡ଼ିଶାର ଦାଦନ ଶ୍ରମିକଙ୍କ ସମସ୍ୟାକୁ ଗୁରୁତର ସହ ବିଚାରକୁ ନେଇ ସେମାନଙ୍କ ଫେରସ୍ତ ଆଣିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି।

[ad_2]
Show More
Back to top button