ପିଏମଙ୍କୁ ସୋନିଆ ଲେଖିଲେ ଚିଠି, ଟୁଇଟ୍ କରି କଟାକ୍ଷ କଲେ ସ୍ୱାମୀ


ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆର୍ଥିକ ମନ୍ଦି ବାବଦରେ ପରାମର୍ଶ ଦେଇଥିଲେ। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପଙ୍କୁ ସହଯୋଗ କରିବା ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ କହିଥିଲେ। ଏହାସହିତ ନିଜର ପରାମର୍ଶ ଦେଇଥିଲେ। ଯାହାକୁ ନେଇ ସୋନିଆଙ୍କ ଉପରେ ବର୍ଷିଛନ୍ତି ବିଜେପିର ରାଜ୍ୟସଭା ସାଂସଦ ତଥା ଅର୍ଥୀନିତିଜ୍ଞ ସୁବ୍ରମଣ୍ୟମ ସ୍ୱାମୀ।
ସ୍ୱାମୀ ଟୁଇଟ୍ କରି କହିଛନ୍ତି, ଏମଏସଏମଇ ବାବଦରେ ପରାମର୍ଶ ଦେବାକୁ ଯାଇ ପାଞ୍ଚୋଟି ପରାମର୍ଶ ଟିଡିକେ (ସୋନିଆ ଗାନ୍ଧୀ) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ହେଲେ ଆପଣ ଜଣେ ଅର୍ଥନୀତିଜ୍ଞ ନୁହଁନ୍ତି କିମ୍ବା ସେମାନଙ୍କର ଲେଖକ ନୁହଁନ୍ତି। ଏମଏସଏମଇ ଶିଳ୍ପ ଉତ୍ପାଦନ ପାଇଁ କମ୍ ସୁଧ ଏବଂ ଏକ ବଜାର ଆବଶ୍ୟକ ରହିଛି, ଯାହାକି ପୂର୍ବ ୟୁପିଏ ସରକାର ବେଳେ ବରବାଦ ହୋଇସାରିଛି। କହିରଖୁଛି ସୋନିଆଙ୍କୁ ସୁବ୍ରମଣ୍ୟମ ଟିଡିକେ ବୋଲି ସମ୍ୱୋଧନ କରନ୍ତି।
TDK today sent a letter to PM proposing a five point solution for the MSME crisis. But she not being an economist, nor is her ghost writer, proposes only handouts for MSMEs. What MSMEs need is low interest loans & a captive market for demand for its output, killed earlier by UPA
— Subramanian Swamy (@Swamy39) April 25, 2020
ଆହୁରି ପଢ଼ନ୍ତୁ
ସୋନିଆ ଗାନ୍ଧୀ କହିଥିଲେ, ଦେଶର ଜିଡିପି ଅଭିବୃଦ୍ଧିରେ ଏମଏସଏମଇର ଏକ ତୃତୀୟାଂଶ ଅବଦାନ ରହିଛି। ଏହି ଶିଳ୍ପରେ ୧୧ କୋଟି ଲୋକ କାମ କରନ୍ତି। ହେଲେ ଲକଡାଉନ ପାଇଁ କମ୍ପାନୀମାନେ କର୍ମଚାରୀଙ୍କୁ ଦରମା ଦେବା ସ୍ଥିତିରେ ନାହାନ୍ତି। ତେଣୁ କର୍ମଚାରୀଙ୍କ ଚାକିରି ବିପଦରେ ରହିଛି। ଯଦି ସରକାର ଆବଶ୍ୟକ ସହାୟତା ନ କରିବେ ତା’ହେଲେ ୬.୩ କୋଟି ଏମଏସଏମଇ ବରବାଦ ହୋଇଯିବ।
ଲକଡାଉନ ହୋଇଥିବା ଯୋଗୁଁ ପ୍ରତିଦିନ ଦେଶ ଏମଏସଏମଇ ସେକ୍ଟର ୩୦ ହଜାର କୋଟି କ୍ଷତି ସହୁଛି। ଏମଏସଇ ସେକ୍ଟର ପାଖରେ କିଣିବା ପାଇଁ ଅର୍ଡର ନାହିଁ। ରାଜସ୍ୱ ଶୂନକୁ ଖସି ଆସିଛି। ଯେଉଁଥିପାଇଁ ୧୧ କୋଟି ଚାକିରି ବିପଦରେ ରହିଛି ବୋଲି ସୋନିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ କହିଥିଲେ।
ସୋନିଆ କ’ଣ ଦେଇଥିଲେ ପରାମର୍ଶ
ଏମଏସଏମଇ ସେକ୍ଟରକୁ ଉଦ୍ଧାର କରିବାକୁ ଯାଇ ସୋନିଆ ଗାନ୍ଧୀ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି। ସେ ସରକାରଙ୍କୁ କହିଛନ୍ତି ଯେ ଏମଏସଏମଇ କର୍ମଚାରୀଙ୍କ ଚାକିରି ସୁରକ୍ଷା ପାଇଁ ସରକାର ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ପ୍ରଥମେ ଘୋଷଣା କରାଯିବା ଦରକାର। ରିଜର୍ଭ ବ୍ୟାଙ୍କ ଏମଏସଏମଇ କମ୍ପାନୀ ମାନଙ୍କୁ ଋଣ ଯୋଗାଇ ଦେବା ଦରକାର। ଏହି ଶିଳ୍ପ ପାଇଁ ରିଜର୍ଭ ବ୍ୟାଙ୍କ ତିନି ମାସର ମୋରାଟୋରିୟମ ଅବଧି ବ୍ୟତୀତ ସରକାର ଟିକସ ଛାଡ କିମ୍ବା ଟିକସ ହ୍ରାସ ଉପରେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି। ସେହିପରି ଏମଏସଏମଇ ଶିଳ୍ପରେ ପୂର୍ବରୁ ଥିବା ହାଇ କୋଲେଣ୍ଟ୍ରେଲ ସିକ୍ୟୁରିଟି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ସୋନିଆ କହିଛନ୍ତି।
[ad_2]