ବୁଧବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l


ସତ୍ୟଶିଖା ୧୩/୦୧/୨୦୨୧ :
ମେଷ – ସକାଳର ଅନୁକୂଳ ଗ୍ରହସ୍ଥିତି ପାରିବାରିକ ସୁଖ,ଶରଧା ଓ ଆନନ୍ଦ ପ୍ରଦାନ କରିବ । କର୍ମାଧିପତି ଶନିଙ୍କ ପ୍ରାଧାନ୍ୟରୁ କର୍ମକ୍ଷେତ୍ରରେ ମର୍ଯାଦାଜନକ ସ୍ଥିତିରେ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ବୃଷ – ନବ ବରଷର ଗୁରୁଶୌରୀ ଯୋଗ ଆଜିର ଚନ୍ଦ୍ରଙ୍କ ସହ ସମ୍ବନ୍ଧ ସ୍ଥାପନ କରି ବନ୍ଧୁଙ୍କ ସହାୟତାରେ ଅର୍ଥ ଲାଭ କରିବେ । ମଜା ମଉଜ ମଦ୍ୟରେ ଅଧିକାଂଶ ସମୟ କଟିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
ମିଥୁନ – ଆଜି ମୁଖଭାବରେ ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ହସିଲେ କଥା କହିବେ । ହାତକୁ ଖର୍ଚ୍ଚ କରି ଅନ୍ୟକୁ ଖୁଆଇ ପିଆଇ ଘରେ ବାହାରେ ସବୁଠି ଆଦର, ଅଭ୍ୟର୍ଥନା ଆପଣଙ୍କ ଲୋକପ୍ରିୟତାକୁ ବଢାଇ ଦେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
କର୍କଟ – ସ୍ୱଗୃହୀ ଚନ୍ଦ୍ର ଶାରୀରିକ ସୁସ୍ଥତା ସହ ନୂତନ ଉତ୍ସାହ, ଉଦ୍ଦୀପନା ସୃଷ୍ଟିକରି କର୍ମକ୍ଷେତ୍ରକୁ ସରସ ଓ ସୁନ୍ଦର କରିବ । କୌଣସି କ୍ଷେତ୍ରରେ ପ୍ରତିଦାନ ଆଶାକଲେ ନିରାଶ ହେବାକୁ ପଡିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ସିଂହ – ଆଜି ବୁଧଙ୍କ ଶୁଭ ଦୃଷ୍ଟିରୁ କୌଣସି ସୂତ୍ରରୁ ଅର୍ଥଲାଭର ସମ୍ଭାବନା ରହିଛି । ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ ନିଜକୁ ବହୁମୂଲ୍ୟ ଦେବାକୁ ପଡିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
କନ୍ୟା – ଏକାଦଶସ୍ଥ ଚନ୍ଦ୍ର ଓ ଭାଗ୍ୟସ୍ଥାନକୁ ବୁଧାଦିତ୍ୟଙ୍କ ଦୃଷ୍ଟିରୁ ଆଜି ଦିନଟି ବହୁତ ଭଲ । ଉପକୃତ ବ୍ୟକ୍ତିଙ୍କ ଠାରୁ ଅଯାଚିତ ପ୍ରତିଦାନ ପାଇ ଖୁସି ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।
ତୁଳା – ଚତୁର୍ଥଭାବସ୍ଥ ଶନି ହେତୁ ଘରୋଇ କ୍ଷେତ୍ରରେ ପରିବାରବର୍ଗଙ୍କୁ ନୂତନ ଦିଗ୍ଦର୍ଶନ ଦେଇ ପ୍ରଶଂସିତ ହେବେ । ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ କରିବାରେ ସକ୍ଷମ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
ବିଛା – ସମୟରେ ଅନୁକୂଳତା କାରଣରୁ କିଛି ନୂଆଁ କାମ ଆରମ୍ଭ କରିବା ସକାଶେ ମନ ବଳାଇବେ । କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଧନୁ – ନୀଚସ୍ଥ ବୃହସ୍ପତିଙ୍କ ଦୋଷରୁ ପାରିବାରିକ କ୍ଷେତ୍ରରେ ବିତର୍କର ସମ୍ଭାବନା ରହିଛି । ମଙ୍ଗଳ ପ୍ରଭାବରେ ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ ହେବାର ତାକତ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ମକର – ସପ୍ତମସ୍ଥ ଚନ୍ଦ୍ର ହେତୁ ଦିନଟି ଖୁସି ଓ ଆନନ୍ଦରେ ଅତିବାହିତ ହେବ । ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇ ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।
କୁମ୍ଭ – ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ ପରିସ୍ଥିତି ଶାନ୍ତ ରହିବ । କାର୍ଯ୍ୟ ହାସଲ ସକାଶେ ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।
ମୀନ – ରବି ଓ ବୁଧଙ୍କ ପ୍ରଭାବରେ ଆଜି କାର୍ଯ୍ୟବ୍ୟସ୍ତତାରୁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ । ଖାଦ୍ୟପେୟ ଠିକ୍୍ ରହିବ ନାହିଁ । ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି କାମ ଆରମ୍ଭ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।