ପାଲଘରରେ ସାଧୁଙ୍କୁ ହତ୍ୟା, ଚିନ୍ତାବ୍ୟକ୍ତ କଲେ ମୋହନ ଭାଗବତ

ନୂଆଦିଲ୍ଲୀ: ନିକଟରେ ମହାରାଷ୍ଟ୍ରର ପାଲଘରରେ ଦୁଇ ସାଧୁ ହତ୍ୟାର ଶିକାର ହୋଇଥିଲେ। ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରତିକ୍ରିୟା ରଖିଛନ୍ତି। ସନ୍ୟାସୀ ହତ୍ୟାର ଶିକାର ହେବା ସମସ୍ତଙ୍କୁ ମର୍ମାହବତ କରିଛି। ଧୌର୍ଯ୍ୟ ରଖି ଆଗାମୀ ଦିନରେ ଏ ବାବଦରେ ଚିନ୍ତା କରାଯିବ। ଏପ୍ରିଲ ୨୮ରେ ହତ୍ୟାର ଶିକାର ସନ୍ୟାସୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ସେମାନେ ଅପରାଧୀ ନଥିଲେ ଭିଡ଼ରେ ତାଙ୍କର ହତ୍ୟା ହୋଇଛି ବୋଲି ମୋହନ ଭାଗବତ କହିଛନ୍ତି।

ସୂଚନାଯୋଗ୍ୟ, ଦୁଇ ସନ୍ୟାସୀ ହତ୍ୟାର ଶିକାର ହେବା ପରେ ଦେଶର କିଛି ପ୍ରମୁଖ ଗଣମାଧ୍ୟମ ସାଧୁଙ୍କୁ ‘ଚୋର’ ବୋଲି ଆଖ୍ୟା ଦେଇଥିଲେ। ଯାହାର ଜବାବ ଦେବାକୁ ଯାଇ ମୋହନା ଭାଗବତ ଏଭଳି କହିଛନ୍ତି।

ସେହିପରି ସଂଘର ପ୍ରମୁଖ କରୋନା ବ୍ୟାପିବା ନେଇ ତବଲିଗି ଜମାତଙ୍କୁ ନେଇ କହିଛନ୍ତି,  ଯଦି ଜଣେ ଭୟରେ କିମ୍ୱା କ୍ରୋଧରେ କିଛି ଓଲଟା ପାଲଟା କାମ କରିଛନ୍ତି ସେଥିପାଇଁ ସମ୍ପୂର୍ଣ୍ଣ ସମୁଦାୟଙ୍କୁ ଦାୟୀ କରିବା ଠିକ୍ ନୁହେଁ ବୋଲି ଭାଗବତ ଆଜି କହିଛନ୍ତି। ଦେଶରେ ଉସକେଇବା ପାଇଁ ଶକ୍ତିର ଅଭାବ ନାହିଁ। ଦେଶରେ କରୋନା ବ୍ୟାପିବା ପଛରେ ମଧ୍ୟ ଏଭଳି ଏକ ଶକ୍ତି ରହିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ମୋହନ ଭାଗବତଙ୍କ ଭାଷଣର ସିଧା ପ୍ରସାରଣ

#LIVE ଆପଣ ଦେଖୁଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ଭାଷଣର ସିଧା ପ୍ରସାରଣ। ପ୍ରସଙ୍ଗ ରହିଛି ‘ବର୍ତ୍ତମାନ ଦୃଶ୍ୟପଟ୍ଟ ଓ ଆମ ଭୂମିକା’। #RSS #MohanBhagwat #RSSLive #SanghKibat #OdishaReporter

satyasikha यांनी वर पोस्ट केले रविवार, २६ एप्रिल, २०२०

ଏଭଳି ପ୍ରୟାସ ‘ଭାରତ ତେରେ ଟୁକଡେ ଟୁକଡେ’ ନାରା ଦେଉଥିବା ଗୋଷ୍ଠୀ କରୁଛନ୍ତି ବୋଲି ଭାଗବତ କହିଛନ୍ତି। କରୋନା ମହାମାରୀ ବେଳେ ରାଜନୀତି ମଧ୍ୟ ହେଉଛି। ରାଜନୀତିକୁ ଏଡାଇ ଦେଇ ଆଗକୁ ବଢ଼ିବା ସହିତ ସାବଧାନ ରହିବା ଦରକାର ବୋଲି ସେ କହିଛନ୍ତି। ଭାରତର ସମସ୍ତ ଲୋକ ଭାରତ ମା’ର ସନ୍ତାନ ଏବଂ ବନ୍ଧୁ ବୋଲି ସେ କହିଛନ୍ତି। ଆମ ସମାଜରେ ରହୁଥିବା ପ୍ରମୁଖ ବ୍ୟକ୍ତି ଏ ବାବଦରେ ବୁଝିବା ଦରକାର ବୋଲି ସେ କହିଛନ୍ତି।

ଏବେ ସାରା ଦୁନିଆ କରୋନା ବିରୋଧରେ ଲଢ଼େଇ କରୁଛି। ଘରେ ରହି କରୋନା ସହ ଯୁଦ୍ଧ କରି ଜିତିବାକୁ ପଡ଼ିବ। କରୋନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବାକୁ ପଡ଼ିବ। ଆକ୍ରାନ୍ତଙ୍କ ସେବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ମଧ୍ୟ ଜରୁରୀ। ସେବାର କାର୍ଯ୍ୟ ଆଜି ବଦଳି ଯାଇଛି। ନିଜେ ଭଲରେ ରହିବା ସହ ଅନ୍ୟକୁ ଭଲରେ ରଖିବା ଉଚିତ୍ ବୋଲି ମୋହନ ଭାଗବତ କହିଛନ୍ତି।

ସେ କହିଛନ୍ତି “ନିୟମ ପାଳନ କର, ସହଯୋଗ କର; ବିରୋଧ କରନାହିଁ। ସ୍ୱଦେଶୀ ବ୍ୟବହାର, ଆଚରଣ, ଅନୁଶାସନ କରୋନା ପ୍ରକୋପ କମାଇବ। ବର୍ତ୍ତମାନ ସମୟରେ ମନରେ ଭୟ ଓ କ୍ରୋଧକୁ ପ୍ରଶୟ ଦିଅ ନାହିଁ। ଲୋକମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା ଜରୁରୀ। ଲକଡାଉନ୍ ଉଠିବା ପରେ ମଧ୍ୟ ସାମାଜିକ ଦୂରତା ରଖିବା ଜରୁରୀ। ଆଜିର ସଙ୍କଟରୁ ନିଜର ଭବିଷ୍ୟତ ଲାଗି ଶିକ୍ଷା କରିବା ଉଚିତ।”



[ad_2]

Exit mobile version