ସତ୍ୟଶିଖା (ନୂଆଦିଲ୍ଲୀ) ୦୮.୧୦.୨୦୨୦ : ଭାରତରେ କରୋନା ସଂକ୍ରମଣ ଗ୍ରାଫ ବଢିବାରେ ଲାଗିଛି । ଏସବୁ ମଧ୍ୟରେ ଭାରତରେ ଅକ୍ଟୋବର ମାସରୁ ପାର୍ବଣର ରୁତୁ ଆରମ୍ଭ ହେଉଛି । ସମସ୍ତ ଦେଶବାସୀଙ୍କୁ ଏଥିଲାଗି ସତର୍କ ହେବାକୁ ପଡିବ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆଜିଠାରୁ କରୋନା ବିରୋଧରେ ଲଢେଇ ପାଇଁ ‘ଜନ ଆନ୍ଦୋଳନ ’ର ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏଥିପାଇଁ ଟ୍ୟାଗ୍ ଲାଇନ୍ ରହିଛି- ଯେପର୍ଯ୍ୟନ୍ତ ଔଷଧ ନାହିଁ, ସେପର୍ଯ୍ୟନ୍ତ ଛାଡ଼ ନାହିଁ । ସୂଚନାଯୋଗ୍ୟ ଯେ, ଭାରତରେ ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦଶହରା, ଦୀପାବଳୀ, ନବରାତ୍ର, ଦୁର୍ଗାପୂଜା, ଛଟ୍ ପୂଡା, କିସ୍ମସ୍ ସମେତ ଅନେକ ପର୍ବ ଆସିଥାଏ । ଏହା ସହିତ ଶୀତ ଦିନ ମଧ୍ୟ ଆସିଥାଏ । ତେବେ ଏହିସବୁ କାର୍ଯ୍ୟକ୍ରମ ସମୟରେ ଆମକୁ କରୋନା ସଂକ୍ରମଣରୁ ନିଜକୁ ରୋକିବାକୁ ପଡିବ ।
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ଆସନ୍ତୁ କରୋନା ବିରୋଧୀ ଏକାସାଙ୍ଗେ ଲଢେଇ କରିବା ! ସବୁବେଳେ ମାସ୍କ ପିନ୍ଧିବ। ହାତ ସଫା ରଖିବା । ସାମାଜିକ ଦୂରତା ମାନିବା । ୨ ଫୁଟ ଦୂରତା ମାନିବା । ସେହିପରି ଅନ୍ୟ ଏକ ଟ୍ୱିଟ୍ରେ ଲେଖିଛନ୍ତି ଯେ, କରୋନା ବିରୋଧରେ ଲଢେଇ ଲୋକଙ୍କୁ ପ୍ରେରିତ କରୁଛି । କରୋନା ଯୋଦ୍ଧାମାନଙ୍କୁ ଏହା ଶକ୍ତି ଯୋଗାଉଛି । ଆମ ସମସ୍ତଙ୍କର ସାମୂହିକ ଉଦ୍ୟମରେ ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ । ଏହାକୁ ଆମକୁ ଜାରି ରଖିବାକୁ ପଡିବ, ଯାହାକି ଅନେକ ନାଗରିକମାନଙ୍କୁ ଭାଇରସରୁ ରକ୍ଷା କରିପାରିବ ।