ଗଞ୍ଜାମ ମଡେଲକୁ ପ୍ରଶଂସା କଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, କରୋନା ନିୟନ୍ତ୍ରଣରେ ଗଞ୍ଜାମ ସାରା ବିଶ୍ୱ ପାଇଁ ଉଦାହରଣ

ସତ୍ୟଶିଖା (ଭୁବନେଶ୍ୱର) ୦୮.୧୦.୨୦୨୦ : ଗଞ୍ଜାମରେ କରୋନା ନିୟନ୍ତ୍ରଣ ସାରା ବିଶ୍ୱ ପାଇଁ ଉଦାହରଣ ହୋଇଛି । ଗଞ୍ଜାମ ମଡେଲକୁ ପ୍ରଶଂସା କରିଛି ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ । ଗଞ୍ଜାମ ଏବଂ ଧରାବୀରେ ଯେଉଁଭଳି ଭାବେ ଦ୍ରୁତ ଗତିରେ କରୋନା ବ୍ୟାପିଥିଲା କିନ୍ତୁ ପରେ ଏଠାରେ କରୋନା ନିୟନ୍ତ୍ରଣ ଆସିବା ପ୍ରଶଂସନୀୟ ଉଦ୍ୟମ ବୋଲି ଏଥିରେ ଦର୍ଶାଯାଇଛି । ବିଶେଷ କରି ଯେଉଁଭଳି ଭାବେ ସରପଞ୍ଚଙ୍କୁ କାର୍ଯ୍ୟରେ ଲଗାଇ ଛୋଟ ଛୋଟ ପକେଟରେ ଏଠାରେ କରୋନାକୁ ନିୟନ୍ତ୍ରଣ କରାଗଲା ତାହା ପ୍ରଶଂସନୀୟ ଉଦ୍ୟମ । ଏପରିକି ପ୍ରତି ଗାଁରେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଯାଇଥିଲା । ଏହି କମିଟି ଘରକୁ ଘର ବୁଲି ସ୍କ୍ରିନିଂ କରିଥିଲା । ପ୍ରତି ୫ଟି ଗାଁରେ ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଗଲା । ସେହିପରି ଏକ ହଜାରରୁ ଅଧିକ ଭଲ୍ୟୁଣ୍ଟର ଗାଁ ଗାଁରେ କରୋନା ନିୟନ୍ତ୍ରଣରେ ଲାଗି ରହିଥିଲେ। ଏକଦା ଗଞ୍ଜାମରେ ୨୦ ହଜାର ଉପରେ ରୋଗୀ ଥିଲେ କିନ୍ତୁ ମିଳିତ ଉଦ୍ୟମରେ ୯୮ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଏଠାରେ ସକ୍ରିୟ ରୋଗୀ ୨୦୦ ତଳକୁ ଖସି ଆସିବା ବଡ଼ କଥା ବୋଲି ଅକ୍ସଫୋର୍ଡ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
କରୋନା ନିୟନ୍ତ୍ରଣ ପାଇଁ ଗଞ୍ଜାମ ମଲେଲର ରୂପରେଖ ପ୍ରସ୍ତୁତ କରିଥିବା ଓଡ଼ିଶା ସରକାରଙ୍କୁ ପ୍ରଶଂସା କରାଯାଇଛି । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଛୋଟ ଛୋଟ ଅଞ୍ଚଳ ଉପରେ ଗୁରୁତ୍ବ ଦିଆଯିବା ସହିତ ଗଞ୍ଜାମ ମଡେଲକୁ ଅନୁସରଣ କରିବା ଲାଗି ଅକ୍ସଫୋର୍ଡ ରିପୋର୍ଟରେ କୁହାଯାଇଛି । ୩୧୦ଟି ସହରର କରୋନା ସ୍ଥିତିକୁ ଅନୁଧ୍ୟାନ କରାଯାଇ ଅକ୍ସଫୋର୍ଡ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ସେହିପରି ବିଶ୍ୱ ବ୍ୟାଙ୍କ ମଧ୍ୟ ଧରାବି ମଡେଲକୁ ପ୍ରଶଂସା l



