ଦେଶ

ପାଦରେ ଚାଲିଚାଲି ଆସିଲେ ୟୁପିରେ ନୋ ଏଣ୍ଟ୍ରି

ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ଲଗାତାର ଭାବରେ ପ୍ରବାସୀ ଶ୍ରମିକଙ୍କ ସହିତ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ଔରୈୟାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଟ୍ରକ ଆଉ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ଏବେ ଏସବୁ ଘଟଣାକୁ ନଜରରେ ରଖି ପାଦରେ ଚାଲିଚାଲି ପ୍ରବାସୀ ଶ୍ରମିକ ସୀମା ଭିତରକୁ ପ୍ରବେଶ କରୁଥିଲେ ନ ପୂରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଚାଲି ଚାଲିବା ଆସିବ ବ୍ୟତୀତ କେହି ସାଇକେଲ, ଦୁଇ ଚକିଆ ବାଇକ୍ କିମ୍ୱା ଟ୍ରକରେ ବେଆଇନ୍ ଭାବରେ ଆସୁଥିଲେ ସୀମାରେ ପ୍ରବେଶ କରିବାକୁ ନଦେବାକୁ ଯୋଗୀ କହିଛନ୍ତି।

ନିଜ ପରିବାରକୁ ଅସୁରକ୍ଷିତ ରଖି ନିଜେ ଚାଲି ଚାଲି ନଆସିବା ଉଚିତ୍ ବୋଲି ଯୋଗୀ ଆଦିତ୍ୟନାଥୀ ଉତ୍ତର ପ୍ରଦେଶବାସୀଙ୍କୁ କହିଛନ୍ତି। ସମସ୍ତ ପ୍ରବାସୀଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି ଖୁବଶୀଘ୍ର ଏ ବାବଦରେ ଘୋଷଣା ହେବ ବୋଲି ସେ କହିଛନ୍ତି।

ପ୍ରବାସୀଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଟ୍ରେନରେ ଆସିବା ପାଇଁ ସେ ନିବେଦନ କରିଛନ୍ତି। ଏଥିପାଇଁ କୌଣସି ଟିକେଟ ଭଡ଼ା ଦେବାକୁ ପଡ଼ିବନି। ରାଜ୍ୟ ସରକାର ଏଥିପାଇଁ ପଇସା ଦେଉଛନ୍ତି ବୋଲି ଯୋଗୀ କହିଛନ୍ତି।

ଏହାବାଦ ସୀମାରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ। ଏମିତିକି ସେମାନଙ୍କର ସ୍କ୍ରିନିଂ କରି ସଂପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ଏକାନ୍ତବାସ କେନ୍ଦ୍ରରେ ସମ୍ମାନଜନକ ଭାବରେ ଛାଡ଼ିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।

[ad_2]
Show More
Back to top button