ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

BSNLର ‘Ghar Wapasi’ ପ୍ଲାନ୍ ଗ୍ରାହକଙ୍କୁ ଆକର୍ଷିତ କରିବାକୁ

ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୦୧/୨୦୨୧ : ନୂଆ ବର୍ଷରେ ଭାରତୀୟ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିଜ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନୀ ପୁଣି ଥରେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ବହୁତ କମ୍ ମୂଲ୍ୟରେ ଆକର୍ଷଣୀୟ ଅଫର ଦେଉଛି ।

ବିଏସଏନଏଲ ନିକଟରେ ୩୯୯ ଟଙ୍କାର ଘର ଓ୍ବାପସୀ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ୍ କରିଛି । ଏହି ପ୍ଲାନ୍ ରେ ଗ୍ରାହକଙ୍କୁ ପ୍ରତିମାସରେ ୭୦ ଜିବି ଡାଟା ମିଳୁଛି । ଏହାସହ ରୋଲ୍ ଓଭର ସୁବିଧା ଅଧିନରେ ୨୧୦ ଜିବି ଡାଟା ମିଳିପାରିବ । ଏହା ବ୍ୟତୀତ ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ୫୨୫ ଟଙ୍କା ବିଶିଷ୍ଟ ପୋଷ୍ଟପେଡ୍ ଫ୍ଲାନ୍ ମଧ୍ୟ ଅଫର ଦେଉଛି । ଯେଉଁଥିରେ ଗ୍ରାହକଙ୍କୁ ୮୫ ଜିବି ଡାଟା ମିଳିବ ।ଟେଲକମ୍ ଟକ୍ ଅନୁସାରେ ଘର ଓ୍ବାପସୀ ପ୍ଲାନ୍ ରେ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂର ସୁବିଧା ଦିଆଯାଉଛି । ଏହା ବ୍ୟତୀତ ଗ୍ରାହକଙ୍କୁ ଏହି ପ୍ଲାନ୍ ରେ ପ୍ରତିଦିନ ୧୦୦ ମାଗଣା ଏସଏମଏସ ମଧ୍ୟ ମିଳୁଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଅଧିକାଂଶ ଘରୋଇ କମ୍ପାନୀ ପୋଷ୍ଟପେଡ୍ ପ୍ଲାନ୍ ରେ ଅଫର ଦେଉଛନ୍ତି । ଅଧିକାଂଶ କମ୍ପାନୀ ନିଜ ପ୍ଲାନ୍ ରେ ଅନଲିମିଟେଡ୍ କଲିଂ ଏବଂ ମାଗଣା ଏସଏମଏସର ସୁବିଧା ପ୍ରଦାନ କରୁଛନ୍ତି । ମାତ୍ର ଗ୍ରାହକ ସେହି ପ୍ଲାନ୍ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି ଯେଉଁଥିରେ ଅଧିକରୁ ଅଧିକ ଇଣ୍ଟରନେଟ୍ ଡାଟା ମିଳୁଛି ।

Show More
Back to top button