ଦେଶ

ପାଖାପାଖି ଅଧା ଭାରତ କରୋନା ମୁକ୍ତ

ନୂଆଦିଲ୍ଲୀ: ଦେଶରେ ଏଯାବତ ୧୭,୬୫୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ୫୫୯ ଛୁଇଁଛି। ଗୋଆ, ମଣିପୁର କରୋନା ମୁକ୍ତ ବୋଲି ସଂପୃକ୍ତ ରାଜ୍ୟ ସରକାର ଘୋଷଣା କରିଛନ୍ତି। । ଏହାରି ଭିତରେ ଆଉ ଏକ ଭଲ ଖବର ଆସିଛି। ଦେଶର ମୋଟ୍ ୭୩୬ ଜିଲ୍ଲାରୁ ୩୨୫ ଜିଲ୍ଲା କରୋନା ମୁକ୍ତ ବୋଲି ଜଣାପଡ଼ିଛି। ଯାହାକି ୪୬ ପ୍ରତିଶତ ପାଖାପାଖି ୫୦ ପ୍ରତିଶତ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ସେହିପରି ଦେଶର ୪୧୧ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲ୍ଲାରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶର ୧୭୦ଟି ଜିଲ୍ଲା କରୋନାର ହଟସ୍ପଟ ରହିଛି। ସେଥିମଧ୍ୟରେ ଓଡ଼ିଶାର ଖୋର୍ଦ୍ଦା ଜିଲ୍ଲା ରହିଛି। ରାଜ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଙ୍ଗୀନ ରହିଛି।

[ad_2]
Show More
Back to top button