ପାଖରେ ଟଙ୍କା ନାହିଁ, ସାଇକେଲରେ ଛତିଶଗଡ଼ରୁ ବାହାରିଲେ କୋଣାର୍କ

ସୋନପୁର( ରବୀନ୍ଦ୍ର ହୋତା ): କରୋନା ପାଇଁ ସବୁଠି ଲକ୍‌ଡାଉନ୍‌ ଚାଲିଛି। ଟ୍ରେନ୍ ଓ ବସ୍ ସେବା ବନ୍ଦ ଥିବାରୁ ଲକ୍‌ଡାଉନ୍‌ରେ ବିଭିନ୍ନ ସ୍ଥାନରେ ଫସିଯାଇଥିବା ବହୁ  ଲୋକ ଘରକୁ ଫେରି ପାରୁନାହାନ୍ତି। ଏଭଳି ସ୍ଥିତିରେ ସାଇକେଲରେ ଘରକୁ ବାହାରିଛନ୍ତି ୪ ଯୁବକ।

ଆହୁରି ପଢ଼ନ୍ତୁ

ପୁରୀ ଜିଲ୍ଲା କୋଣାର୍କର ୪ଜଣ ଯୁବକ ଛତିଶଗଡ଼ ରାୟପୁରର ଏକ  କଂପାନୀରେ କାମ କରୁଥିଲେ। କଂପାନୀ ପାଖରୁ ୨ମାସର ଦରମା ମିଳି ନଥିବାବେଳେ ପାଖରେ ଟଙ୍କା ମଧ୍ୟ ସରିଗଲାଣି।  ଏପରି  ସମୟରେ  କଂପାନୀ ଦେଇଥିବା ସାଇକେଲ ଚଢି  ରାୟପୁରରୁ କୋଣାର୍କ ବାହାରିଛନ୍ତି ଏହି ୪ ଯୁବକ।

ତିନି ଦିନରେ ସାଇକେଲ ଯାତ୍ରା ପରେ ଏଇ ଯୁବକମାନେ ପହଂଚିଥିଲେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ। ରାସ୍ତାକଡରେ ଏକ ଗଛତଳେ ବିଶ୍ରାମ ନେଇଥିବାବେଳେ କିଛି ସ୍ୱେଚ୍ଛାସେବୀ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ।

[ad_2]
Exit mobile version