ପାକିସ୍ତାନ ସଂଖ୍ୟାଲଘୁଙ୍କୁ ସହଯୋଗ କରିବାକୁ ନିବେଦନ କଲେ ଦାନିଶ କାନେରିଆ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ଲେଗ୍ ସ୍ପିନର ଦାନିଶ କାନେରିଆ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ୩୯ ବର୍ଷୀୟ କାନେରିଆ ସୋଶାଲ ମିଡିଆରେ ବେଶ୍ ସକ୍ରିୟ। ସେ ସୋଶାଲ ମିଡିଆରେ ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।

ଟିମ୍‌ ଇଣ୍ଡିଆର ଦୁଇ କ୍ରିକେଟର ହରଭଜନ ସିଂହ ଓ ଯୁବରାଜ ସିଂହଙ୍କୁ ସେ ଏଭଳି ନିବେଦନ କରିଛନ୍ତି। କରୋନା ଭାଇରସ ମହାମାରୀ ବେଳେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ତେଣୁ ଯୁବରାଜ ଓ ହରଭଜନ ସିଂହ ଭିଡିଓ କରି ପାକିସ୍ତାନର ସଂଖ୍ୟାଲଘୁଙ୍କୁ ସହଯୋଗ କରନ୍ତୁ ବୋଲି କାନେରିଆ କହିଛନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦି ଫାଉଣ୍ଡସେସନ କରୋନା ବିରୋଧରେ ଲଢ଼େଇ କରି ଲୋକଙ୍କୁ ସହଯୋଗ କରୁଛି। ଏହାକୁ ହରଭଜନ ଓ ଯୁବରାଜ ଭିଡିଓ ଜାରି କରି ସମର୍ଥନ କରିଥିଲେ।

ଏହାପରେ କାନେରିଆ ଟ୍ୱିଟ କରି କହିଛନ୍ତି, “ମୁଁ ଯୁବରାଜ ଓ ହରଭଜନ ସିଂହଙ୍କୁ ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁମାନଙ୍କ ପାଇଁ ଭିଡିଓ ତିଆରି କରିବାକୁ ଅନୁରୋଧ କରୁଛି। କୋରାନା ଭାଇରସ କ୍ରାଇସିସି ସମୟରେ ସେମାନେ ବି ଆପଣମାନଙ୍କର ସହଯୋଗ ଚାହୁଁଛନ୍ତି। ଲୋକମାନେ ମଧ୍ୟ ଦାନ କରିପାରିବେ।”

[ad_2]
Exit mobile version