ବିଦେଶ

ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ: ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ବାହାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀ ଗ୍ରେନେଡ୍ ଆକ୍ରମଣ କରିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୋଟ୍ ତିନିଜଣ ଆତଙ୍କବାଦୀ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜର ବିଲ୍ଡିଂ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି। କରାଚିର ପୁଲିସ୍ ଅଧିକାରୀ ଗୁଲାମ ନବୀ ମେମନ୍ ଏହି ସୂଚନା ଦେଇଛନ୍ତି। ତେବେ ତିନି ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ମୋଟ୍ ନଅ ଜଣଙ୍କର ଏଯାବତ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଆତଙ୍କବାଦୀମାନେ ଏକ ସିଲଭର ରଙ୍ଗର କରୋଲା ଗାଡିରେ ଆସିଥିଲେ। ଷ୍ଟକ ଏକ୍ସଚେଞ୍ଜ ଆଗରେ ପହଞ୍ଚି ପ୍ରଥମେ ବିଲ୍ଡିଂ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ। ଏହାପରେ ଫାଇରିଂ କରିଥିଲେ। ବିଲ୍ଡିଂ ଭିତରକୁ ପ୍ରବେଶ କରିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଚାରି ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବିଲ୍ଡିଂରେ ଥିବା ଲୋକଙ୍କୁ ପଛ ଗେଟ ଦେଇ ବାହାର କରାଯାଇଥିବା ସୂଚନା ରହିଛି। ରେଞ୍ଜର ଏବଂ ପୁଲିସ ବିଲ୍ଡିଂ ଭିତରେ ପ୍ରବେଶ କରିଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ

ଷ୍ଟକ୍ ଏକ୍ସଚେଞ୍ଜ ଉପରେ ହୋଇଥିବା ଆକ୍ରମଣ ପାଇଁ ପାକିସ୍ତାନ ବେଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ)କୁ ଦାୟୀ କରିଛି। ସ୍ୱତନ୍ତ୍ର ୱିଙ୍ଗ “ମାଜିଦ୍ ବ୍ରିଗେଡ୍”ର ଏହି ମୃତ ଆତଙ୍କବାଦୀ ବୋଲି ପାକିସ୍ତାନ ଦାବି କରିଛି। ବାଲୁଚ ଲିବରେସନ୍ ଆର୍ମିର ମାଜିଦ୍ ବ୍ରିଗେଡ୍ ହେଉଛି ଏକ ଶାଖା।

ଆତଙ୍କବାଦୀଙ୍କ ଆକ୍ରମଣରେ ଷ୍ଟକ୍ ଏକ୍ସଚେଞ୍ଜ ବିଲଡିଂ ବାହାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି। ଆତଙ୍କବାଦୀ ଆକ୍ରମଣ କରିବା ବେଳେ ବି୍ଲ୍ଡିଂ ପ୍ରାୟ ୩୦୦ ଲୋକ ଥିଲେ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button